ବିଜେଡି ସରକାର ବିରୁଦ୍ଧରେ ଅସନ୍ତୋଷର ନିଆଁ କୁହୁଳୁଛି : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ବିଜେଡି ସରକାର ବିରୁଦ୍ଧରେ ଅସନ୍ତୋଷର ନିଆଁ କୁହୁଳୁଛି : ଧର୍ମେନ୍ଦ୍ର

Dharmendra Pradhan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ବିଜେଡି ସରକାର ବିରୁଦ୍ଧରେ ଅସନ୍ତୋଷର ନିଆଁ କୁହୁଳୁଛି। ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ। ଅତୀତରେ ଅଞ୍ଜନା ମିଶ୍ର ମାମଲାରେ ରାଜ୍ୟର ଜନମତ ଏପରି ତୀବ୍ର ହେଲା ଯେ ତାହା ସରକାରରେ ପରିବର୍ତ୍ତନ ଆଣିଦେଲା। ଓଡ଼ିଆ ଲୋକମାନେ ଏବେ ଏସବୁ ପାଇଁ ରାଜ୍ୟ ସରକାରଙ୍କଠୁ ଜବାବ ମାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ ମିଡିଆରେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତ କିଛିଦିନ ଭିତରର କେତେକ ଘଟଣା ରାଜ୍ୟର ଜନମାନସକୁ ଆନ୍ଦୋଳିତ କରିଛି। ରାଜ୍ୟ ସରକାରଙ୍କ ବିରୋଧରେ ଲୋକମାନଙ୍କ ମନରେ ନିଆଁ କୁହୁଳିବା ପରି ଜନବିରୋଧ ତୀବ୍ର ହେଉଛି। ଗତକିଛି ଦିନଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କୁ ଭେଟି ସିଧାସଳଖ କଥା ହେବାବେଳେ ସେ ଏହା ଜାଣିପାରିଛନ୍ତି ବୋଲି କହିଛନ୍ତି। ପିସି ନଦେଇ ପାରିବାରୁ ଖୋର୍ଦ୍ଧାର ଲକ୍ଷ୍ମୀଧର ବେହେରାଙ୍କ ଆତ୍ମହତ୍ୟା ଓ ରାଜ୍ୟରେ ସରକାରୀ ଆବାସିକ ସ୍କୁଲରେ ଝିଅମାନେ ଗର୍ଭବତୀ ହେବା ତଥା ସନ୍ତାନ ପ୍ରସବ ଘଟଣାମାନ ସାଧାରଣ ଓଡ଼ିଆଙ୍କ ପରି ତାଙ୍କୁ ମଧ୍ୟ ବ୍ୟସ୍ତ ଓ ବିବ୍ରତ କରିଛି।

ମୁଖ୍ୟମନ୍ତ୍ରୀଙ୍କ ଘରଠୁ ମାତ୍ର ୫୦କିମି ଦୂରରେ ବିଏ ପାସ କରି ଚାଷ କରୁଥିବା ଲକ୍ଷ୍ମୀଧର ବେହେରା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବାର କିଛିଦିନ ପୂର୍ବରୁ ଲକ୍ଷ୍ମୀଧର ଏକ ଭିଡିଓ ଭାଇରାଲ କରିଥିଲେ। ଯେଉଁଥିରେ ସରକାରଙ୍କ ଯୋଜନାରେ ପକ୍କାଘରଟିଏ ଦେବାପାଇଁ ବ୍ଲକର ଅଧିକାରୀମାନେ ୧୫ରୁ ୨୦ହଜାର ଟଙ୍କା ଲାଞ୍ଚ ମାଗୁଥିବାର ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି। ନବୀନ ସରକାର, ବିଜେଡି ଓ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ଏହି ଭାଇରାଲ ଭିଡିଓରେ ସେ କହିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶା ସରକାର ଥ୍ରୀ-ଟିର କ’ଣ ବ୍ୟବହାର କରୁଛନ୍ତି ଜଣାନାହିଁ। ଲକ୍ଷ୍ମୀଧରଙ୍କ ଭିଡିଓ ସରକାରଙ୍କୁ ନଜର ଆସିଲା ନାହିଁ। ମାତ୍ର ତାଙ୍କର ମୃତ୍ୟୁ ପରେ ପକ୍କାଘରର କାର୍ଯ୍ୟାଦେଶ ଧରି ସରକାରୀ କର୍ମଚାରୀମାନେ ଲକ୍ଷ୍ମୀଧରଙ୍କ ଘରେ ପହଞ୍ଚିଲେ। ସରକାରୀ ଯୋଜନାର ଲାଭ ପାଇବା ପାଇଁ କ’ଣ ଓଡିଶାର ସାଧାରଣ ଗରିବ ଲୋକଙ୍କ ପରିବାର ମୁଖିଆଙ୍କ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଆତ୍ମହତ୍ୟା ପରେ ସରକାର ପିସିରେ ପେସି ହୋଇ ଲକ୍ଷ୍ମୀଧରଙ୍କ ପରି ଓଡିଶାର ଶିକ୍ଷିତ ବେକାରଯୁବକ ମାନସିକ ଚାପରେ କେତେ ପ୍ରଭାବିତ ହୋଇଛନ୍ତି ଓ ସେଥିରୁ କ’ଣ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି? ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅତି ଆପଣାର ଖୋର୍ଦ୍ଧାର ବିଧାୟକ କଟା ଘା’ରେ ଚୂନ ଦେବା ପାଇଁ ପଛାଇନାହାନ୍ତି। ଏହି ପିସି କାରଣରୁ ଆତ୍ମହତ୍ୟାକୁ ସ୍ୱୀକାର କରିବା ବଦଳରେ ଓଡିଶାରେ ଲକ୍ଷ୍ମୀଧରଙ୍କ ନିଚ୍ଛକ ନିଷ୍ଠୁୁର ସତ୍ୟକୁ ସୋଶାଲ ମିଡିଆରେ ପ୍ରଚାରିତ କରିଥିବା ଲୋକଙ୍କୁ ଡରାଇ ଧମକାଇ ଓ ପୁଲିସ ଲଗାଇ ଦମନ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା କାନ୍ଥରେ ଲେଖାହେଲାଣି। ଲୋକଙ୍କୁ ଡରାଇ ଧମକାଇ ସତକୁ ଲୁଚାଇ ଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି ସେ ଆହୁରି କହିଛନ୍ତି, ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ନାହିଁ। ପ୍ରଦୀପ ମହାରଥୀ ସେହି ମାମଲାରେ ୨-୨ ଥର ମନ୍ତ୍ରୀପଦ ଇସ୍ତଫା ଦେଲେ। ୨୦୧୪ରେ ପୁଣିଥରେ ତାଙ୍କୁ ଟିକେଟ୍ ଦେଲେ। ସସମ୍ମାନେ ମନ୍ତ୍ରୀ ପଦ ବି ଦେଲେ। ଏହା ନବୀନବାବୁଙ୍କ ମହିଳାଙ୍କ ସମ୍ମାନ ପ୍ରତି ଦୋମୁହାଁ ନୀତିକୁ ପଦାରେ ପକାଇଛି। ଜନଆକ୍ରୋଶକୁ ସାମ୍ନା ନ କରି ପାରି ୨୦୧୯ ମସିହାରେ ପୁଣି ସେହି ପିପିଲି ମାମଲାରେ ମହାରଥୀଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଗଲା।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଗତ କିଛି ବର୍ଷ ଧରି ମହିଳା ଓ ବିଶେଷ ଭାବରେ କମ ବୟସର ଝିଅମାନଙ୍କ ଉପରେ ଦୁଷ୍କର୍ମ ଘଟଣା ହୁହୁ ହୋଇ ବଢ଼ି ଚାଲିଛି। ସରକାରୀ ଆବାସିକ ଆଦିବାସୀ ଆଶ୍ରମ ବିଦ୍ୟାଳୟମାନଙ୍କରେ ଝିଅମାନେ ଗର୍ଭବତୀ ହେବା ଓ ପ୍ରସବ କରିବା ଘଟଣା ବାରମ୍ବାର ଓଡ଼ିଆମାନଙ୍କୁ ଲଜ୍ଜିତ ଓ ଅପମାନିତ କରୁଛି। ମହିଳାଙ୍କ ପ୍ରତି ଏହା କି ପ୍ରକାର ସମ୍ମାନ?ମହିଳାଙ୍କ ପ୍ରତି ରାଜ୍ୟର ବିଜେଡି ସରକାର ଏତେମାତ୍ରାରେ ସମ୍ବେଦନହୀନ କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2syK5xk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages