ଏଏସଓ ପରୀକ୍ଷାରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ କରାଯାଉଛି : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଏଏସଓ ପରୀକ୍ଷାରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ କରାଯାଉଛି : କଂଗ୍ରେସ

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଆସନ୍ତା ୨୦ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) ପରୀକ୍ଷାକୁ ନେଇ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ଏଏସଓ ପରୀକ୍ଷାରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ କରାଯାଉଛି ଓ ସରକାର ନିଜେ ପ୍ରସ୍ତୁତ କରିଥିବା ସମସ୍ତ ନୀତିନିୟମକୁ ଉଲ୍ଲଘଂନ କରିବାକୁ ପଛାଇ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏଏସଓ ପରୀକ୍ଷାକୁ ନେଇ ଏଭଳି ପରିଚାଳନାଗତ ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଓଡିଶା ଲୋକସେବା ଆୟୋଗଙ୍କ ବିଜ୍ଞପ୍ତିରେ ପ୍ରତ୍ୟେକ ପରୀକ୍ଷାର୍ଥୀ ତାଙ୍କ ନିଜ ହାତଲେଖାରେ ପରୀକ୍ଷାରେ ଉତ୍ତର ଲେଖିବେ ଏବଂ କୌଣସି ପରିସ୍ଥିତିରେ ବି ଲିପିକ ବା ଅନୁବାଦକଙ୍କ ସାହାଯ୍ୟ ନେଇପାରିବେ ନାହିଁ। ଏହି ସର୍ତ୍ତାବଳୀ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଲାଗୁ ହେଉଛି।

ଏଭଳି ସର୍ତ୍ତ ୨୦୧୩ ସେପ୍ଟେମ୍ବରରେ ତତ୍କାଳୀନ ମୁଖ୍ୟ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ଦ୍ୱାରା ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ପାଇଁ ଜାରି କରାଯାଇଥିବା ଗାଇଡ୍ ଲାଇନର ସିଧାସଳଖ ଉଲ୍ଲଙ୍ଘନ। କାରଣ ପୂର୍ବ ସର୍ତ୍ତାବଳୀ ଅନୁସାରେ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷ ଚାହିଁଲେ ଜଣେ ଲେଖକ/ଲିପିକ/ ଲ୍ୟାବ୍ ସହାୟକଙ୍କ ସହାୟତା ନିମନ୍ତେ ବିଶେଷ ଅନୁମତି ନେଇପାରିବେ। କିନ୍ତୁ ଏବେ ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଏହାର ସଂପୂର୍ଣ୍ଣ ବିରୋଧାଚରଣ କରୁଛି। ଏହାର ପ୍ରତିବାଦରେ ଏକାଧିକ ପରୀକ୍ଷାର୍ଥୀ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ପୂର୍ବଭଳି ଲେଖକ / ଲିପିକଙ୍କୁ ଅନୁମତି ପ୍ରଦାନ କରିବାକୁ ସ୍ୟାଟ୍ ରାୟ ଦେଇଛନ୍ତି।

ଏଥିମଧ୍ୟରେ ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ମଧ୍ୟ ଦିବ୍ୟାଙ୍ଗଙ୍କୁ ଲିପିକ/ଲେଖକମାନଙ୍କ ସାହାଯ୍ୟ ନେବା ପାଇଁ ଅନୁମତି ପ୍ରଦାନ ନିମନ୍ତେ କୁହାଯାଇଛି। କିନ୍ତୁ ସମ୍ବେଦନହୀନ ରାଜ୍ୟ ସରକାର ଏସବୁଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଓ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହିତ ଖେଳୁଛନ୍ତି ଯାହାକି ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି। ତେଣୁ ସରକାର ତୁରନ୍ତ ଏହି ବିଜ୍ଞପ୍ତିରେ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ନିକୁଞ୍ଜ ପଶାୟତ, ଦୀପକ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter http://bit.ly/2T2cUhp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages