
ମୁମ୍ବାଇ: ଦୀପିକା କକ୍କଡ଼ ଇବ୍ରାହିମ୍ ‘ବିଗ୍ ବସ୍-୧୨’ର ୱିନର୍ ଟ୍ରଫି ହାତେଇ ନେବା ପରେ ସୋଶାଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି। କିଛି ଫ୍ୟାନ୍ସ୍ ଦୀପିକାଙ୍କ ଟ୍ରଫି ଜିତିବାର ଖୁସି ମନାଉଛନ୍ତି। ଅନ୍ୟପଟେ ଶ୍ରୀସନ୍ତଙ୍କ ପରାଜୟ ଯୋଗୁ ନିରାଶ ହୋଇ ତାଙ୍କର କିଛି ଫ୍ୟାନ୍ସ ଦୀପିକାଙ୍କୁ ଏବେ ଟାର୍ଗେଟ୍ କରିଛନ୍ତି। ଏଥିମଧ୍ୟରୁ ଜଣେ ଫ୍ୟାନ୍ ଦୀପିକାଙ୍କୁ ଏସିଡ୍ ଆକ୍ରମଣ କରିବାକୁ ଧମକ୍ ବି ଦେଇଛନ୍ତି।
Winner #BB12 @ms_dipika.#BB12GrandeFinale #BiggBoss12Finale pic.twitter.com/HpBdq4nfnd
— COLORS (@ColorsTV) December 30, 2018
ଏହି ବ୍ୟକ୍ତି ଜଣଙ୍କ ନିଜ ଟ୍ୱିଟର୍ ପୋଷ୍ଟ୍ରେ ଦୀପିକାଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ମଧ୍ୟ ପ୍ରୟୋଗ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ମୁମ୍ବାଇରେ ରହୁଛି, ତୁମକୁ ଦେଖିଲେ ତୁମ ଉପରକୁ ମୁଁ ଏସିଡ୍ ମାଡ଼ କରିବି।’ ତେବେ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ଦୀପିକାଙ୍କ ଫ୍ୟାନ୍ସ ମଧ୍ୟ ପଛେଇ ୟାଇ ନାହାନ୍ତି।ସେମାନେ ଏ ସମ୍ବନ୍ଧ ସମସ୍ତ ସୂଚନା ମୁମ୍ବାଇ ପୁଲିସ୍କୁ ଦେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Dipika Kakar
BB12 Winner
ନାଁରେ ଚାଲୁଥିବା ଦୀପିକାଙ୍କ ଫ୍ୟାନ୍ ପେଜ୍ ଏହି ଧମକ୍ ପୋଷ୍ଟଟିକୁ ମୁମ୍ବାଇ ପୁଲିସ୍କୁ ଟ୍ୱିଟ୍ କରିବା ସହ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି।
Dear @MumbaiPolice this guy is threatening to throw acid on lady…Please arrest him early as possible
Please RT and Spread so this post can reach to @MumbaiPolice@CNNnews18 @RVCJ_FB @ZeeNews @aajtak @abpnewshindi @indiaforums @Spotboye @TheKhbri pic.twitter.com/fLvkhoRoSr
— Dipika Kakar
BB12 Winner
(@DipikaKakar_TM) January 4, 2019
ସୂଚନାଯୋଗ୍ୟ, ‘ବିଗ୍ ବସ୍-୧୨’ର ଟ୍ରଫି ଶ୍ରୀସନ୍ତଙ୍କ ହାତରୁ ଖସିଯିବା ପରେ ତାଙ୍କର ଅନେକ ଫ୍ୟାନ୍ସ ନିରାଶ ହୋଇ ପଡ଼ିଛନ୍ତି। ଏ ସମ୍ପର୍କରେ ଏକ ସାକ୍ଷାତକାରରେ ଶ୍ରୀସନ୍ତ କହିଛନ୍ତି, ‘ମୁଁ ବିଗ୍ ବସ୍ ଘରୁ ବାହାରକୁ ଆସିବା ପରେ ଜାଣିବାକୁ ପାଇଲି ଯେ ମୁଁ ନ ଜିତିବାରୁ ଅନେକ ଲୋକ ନିରାଶ ଅଛନ୍ତି। କିଛି ଲୋକ କାନ୍ଦି ଥିବାବେଳେ ଆଉ କେହି ନିଜ ହାତ ମଧ୍ୟ କାଟିଛନ୍ତି। ମୁଁ ସେମାନଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ଆପଣମାନେ ଜାଣିଛନ୍ତି ଯେ ମୁଁ ରିଅଲ୍ ୱିନର୍। କେବଳ ବିଗ ବସ୍ରେ ନୁହେଁ, ମୋ ନିଜ ରିୟଲ ଲାଇଫରେ ମଧ୍ୟ।’ ଏଥିସହ ଶ୍ରାସନ୍ତ ଫ୍ୟାନ୍ମାନଙ୍କୁ ଏଭଳି ପାଗଳାମି ନ କରିବାକୁ ମଧ୍ୟ ଅପିଲ୍ କରିଛନ୍ତି। ସେ କହିଛନ୍ତି, ‘ ମୁଁ ନିଜ ଫ୍ୟାନ୍ମାନଙ୍କୁ ଅନୁରୋଧ କରୁଛି, ଦୟାକରି ମୋ ପାଇଁ କେହି ନିଜ ହାତ କାଟନ୍ତୁ ନାହିଁ। ସେହି ହାତରେ ଆପଣଙ୍କୁ ନିଜ ଫ୍ୟାମିଲି ପାଇଁ ଅନେକ କିଛି କରିବାର ଅଛି।’
from Odisha Reporter http://bit.ly/2SE1UGN
No comments:
Post a Comment