
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ପ୍ୟାରେଡ୍ ବେଳେ ଜଣେ ପୁଲିସ କର୍ମଚାରୀ ନିଜ ଏକେ୪୭ ବନ୍ଧୁକକୁ ଜଣେ ଯୁବତୀଙ୍କୁ ଦେଇଥିଲେ। ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ କର୍ମଚାରୀ ଜଣଙ୍କ କଟକ ଷଷ୍ଠ ବାଟାଲିୟନର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ ୪୭କୁ ଯୁବତୀଙ୍କୁ ଦେଇଥିଲେ ? ଯୁବତୀ ଜଣଙ୍କ କିଏ ? ପୁଲିସ କର୍ମଚାରୀଙ୍କ ସହ ତାଙ୍କର କି ସଂପର୍କ ରହିଛି ? ଏପରି ଲୁଚାଇ ବନ୍ଧୁକ ଦେଖାଇବା ପଛରେ ରହସ୍ୟ କଣ? ଏସବୁ ଦିଗକୁ ନେଇ ଖୋଲତାଡ଼ ଆରମ୍ଭ ହୋଇଛି।
କନଷ୍ଟେବଲ ଜଣଙ୍କ ବେପାରୁଆ ଭାବେ ଏପରି କରିଛନ୍ତି ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ପ୍ୟାରେଡ୍ ବେଳେ ଜଣେ ଯୁବତୀ ମୁହଁରେ କଳାକନା ବାନ୍ଧି ଏକ ଏକେ ୪୭କୁ ଦେଖୁଥିଲେ। ପାଖରେ ଜଣେ କନଷ୍ଟେବଲ ଛିଡ଼ା ହୋଇଥିଲେ। ପରେ କନଷ୍ଟେବଲ ଜଣଙ୍କ ଯୁବତୀଙ୍କଠାରୁ ବନ୍ଧୁକ ଆଣି ଏକ କାଗଜ ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଏହାର ଭିଡିଓ ଭାଇରାଲ୍ ହୋଇଥିଲା।
from Odisha Reporter http://bit.ly/2B6d949
No comments:
Post a Comment