୩ ବର୍ଷ ହେଲା ଏହି ଗୋଟିଏ ତାରିଖରେ ଶତକ ହାସଲ କରୁଛନ୍ତି ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

୩ ବର୍ଷ ହେଲା ଏହି ଗୋଟିଏ ତାରିଖରେ ଶତକ ହାସଲ କରୁଛନ୍ତି ବିରାଟ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲି ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ୨୦୧୯ରେ ବିରାଟ୍‌ଙ୍କ ପ୍ରଥମ ଶତକ। ବିରାଟ୍‌ଙ୍କ ୧୦୪ ରନ୍‌ର ଇନିଂସ୍‌ ବଳରେ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଜିତିବା ସହ ୩ଟିକିଆ ଦିନିକିଆ ସିରିଜ୍‌ ମଧ୍ୟ ୧-୧ରେ ବରାବର କରିଛି।

ତେବେ ଆପଣ ଜାଣିଛନ୍ତି କି ବିରାଟ୍‌ ୩ ବର୍ଷ ହେଲା ଗୋଟିଏ ତାରିଖରେ ଶତକ ହାସଲ କରିଆସୁଛନ୍ତି? ଯଦି ଜାଣି ନାହାନ୍ତି, ତା’ହେଲେ ଏବେ ଜାଣନ୍ତୁ।

ବିରାଟ୍‌ ୨୦୧୭, ୨୧୦୮ ଓ ୨୦୧୯ ବର୍ଷର ପ୍ରଥମ ଶତକ ଜାନୁଆରୀ ୧୫ ତାରିଖରେ ହିଁ ହାସଲ କରିଛନ୍ତି।

୨୦୧୯ ଜାନୁଆରୀ ୧୫ରେ ବିରାଟ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଏହା ୨୦୧୯ରେ ବିରାଟ୍‌ଙ୍କ ପାଇଁ ପ୍ରଥମ ଶତକ। ସେହିପରି ୨୦୧୮ ଜାନୁଆରୀ ୧୫ରେ ମଧ୍ୟ ବିରାଟ୍‌ ବର୍ଷର ପ୍ରଥମ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ରେ ବିରାଟ୍‌ ୨୧୭ ବଲ୍‌ରେ ୧୫୩ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହା ଥିଲା ୨୦୧୮ରେ ବିରାଟ୍‌ଙ୍କ ପ୍ରଥମ ଶତକ।

୨୦୧୭ ମସିହା ଜାନୁଆରୀ ୧୫ରେ ମଧ୍ୟ ବିରାଟ୍‌ ଶତକ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ପୁଣେ ସ୍ଥିତ ମ୍ୟାଚ୍‌ରେ ବିରାଟ୍‌ ୧୨୨ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହି ଇନିଂସ୍‌ରେ ବିରାଟ୍‌ ୮ଟି ଚୌକା ଓ ୫ଟି ଛକା ମାରିଥିଲେ। ଏହା ବିରାଟ୍‌ଙ୍କ ୨୭ତମ ଶତକ ଥିଲା।



from Odisha Reporter http://bit.ly/2FyBDH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages