ପଡ଼ିଆ ମଝିରେ ଖଲୀଲ ଅହମ୍ମଦଙ୍କୁ ଗାଳିଦେଲେ ଧୋନି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ପଡ଼ିଆ ମଝିରେ ଖଲୀଲ ଅହମ୍ମଦଙ୍କୁ ଗାଳିଦେଲେ ଧୋନି, ଦେଖନ୍ତୁ ଭିଡିଓ

ଆଡେଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଦିନିକିଆରେ ମହେନ୍ଦ୍ର ସିଂହ ଧୋନି ଉଭୟ ବ୍ୟାଟିଂ ଏବଂ କିପିଂରେ ସମସ୍ତଙ୍କ ମନ ଜିଣିଥିଲେ। ଧୋନିଙ୍କ ଅପରାଜିତ ୫୫ ରନ୍‌ ବଳରେ ଭାରତ କେବଳ ମ୍ୟାଚ୍‌ ଜିତି ନାହିଁ ବରଂ ୩ଟିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି।

କିନ୍ତୁ ଏହି ମ୍ୟାଚ୍‌ରେ ଧୋନି ଓ ଯୁବ ତାରକା ଖଲୀଲ ଅହମ୍ମଦଙ୍କ ମଧ୍ୟରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଧୋନି ବ୍ୟାଟିଂ କରିବା ସମୟରେ ପଡ଼ିଆକୁ ପାଣି ନେଇ ଆସିଥିବା ଖଲୀଲ ଅହମ୍ମଦଙ୍କୁ ଗାଳି ଦେଉଥିବା ଦୃଶ୍ୟ ରହିଛି।

ଭାରତୀୟ ପାଳିର ୪୪ତମ ଓଭର୍‌ରେ ଧୋନି ବ୍ୟାଟିଂ କରିଥିଲେ। ଓଭର୍‌ ସରିବା ପରେ ଖଲୀଲ ଅହମ୍ମଦ ଓ ୟୁଜବେନ୍ଦର ଚହଲ ବ୍ୟାଟିଂ କରୁଥିବା ଧୋନି ଏବଂ ଦୀନେଶ କାର୍ତ୍ତିକଙ୍କ ପାଇଁ ପାଣି ନେଇ ପଡ଼ିଆକୁ ଆସିଥିଲେ। ଏହି ସମୟରେ ଖଲୀଲ ଅହମ୍ମଦ ଭୁଲବଶତଃ ପିଚ୍‌ର ମଝିରେ ଦୌଡ଼ି ଦୌଡ଼ି ଧୋନିଙ୍କ ପାଖକୁ ପାଣି ନେଇ ଆସିଥିଲେ। ଏହା ଦେଖି ସର୍ବଦା କୁଲ୍‌ ରହୁଥିବା ଧୋନି ତୁରନ୍ତ ଖଲୀଲଙ୍କୁ ଗାଳି କରିବା ସହ ବୁଲି କି ଆସିବା ଦରକାର ବୋଲି କହିଥିଲେ। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଟି-୨୦ରେ ମଧ୍ୟ ଧୋନି ବ୍ୟାଟିଂ କରିବା ବେଳେ ମନୀଷ ପାଣ୍ଡେଙ୍କୁ ଗାଳି କରିବା ସହ ନାଲି ଆଖି ଦେଖାଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2QNSOWd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages