ଚାଷୀଙ୍କ କଟା ଘା’ରେ ମନ୍ତ୍ରୀଙ୍କ ଚୂନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଚାଷୀଙ୍କ କଟା ଘା’ରେ ମନ୍ତ୍ରୀଙ୍କ ଚୂନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣ୍ଡି ବନ୍ଦ, ମିଲର୍ସଙ୍କ ମନମାନି ଓ କଟନିଛଟନି ସମସ୍ୟାରେ ଚାଷୀ ଘାଣ୍ଟି ହେଉଛନ୍ତି। ମଣ୍ଡିରେ ଧାନ ବିକିବାକୁ ଶୀତକାକରରେ ପଡ଼ି ରହିଛନ୍ତି। ପ୍ରତିଦିନ ମଣ୍ଡିରୁ ଧାନ କିଣାଯିବା ଦାବିରେ କେଉଁଠି ନା କେଉଁଠି ଚାଷୀ ରାସ୍ତାକୁ ଓହ୍ଲାଉଛନ୍ତି। ଏପରି ସ୍ଥିତିରେ  ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ମନ୍ତବ୍ୟ ସେମାନଙ୍କ କଟା ଘାରେ ଚୂନ ଲଗାଇବା ଭଳି ହୋଇଛି। ଧାନ କିଣା ଟାର୍ଗେଟ ପୂରଣ ହୋଇ ସାରିଥିବା ମନ୍ତ୍ରୀ କହୁଛନ୍ତି। ମନ୍ତ୍ରୀଙ୍କ ଏହି ନୂଆ ତଥ୍ୟ ଚାଷୀଙ୍କ ପ୍ରତି ଉପହାସ ଭଳି ମନେହେଉଛି।

ମଣ୍ଡିରେ ୧୭୫୦ ଟଙ୍କାରେ ହିଁ ଧାନ କିଣାଯାଉଥିବା ନେଇ ମନ୍ତ୍ରୀ ପୁଣି ଦୃଢ଼ତାର ସହ କହିଛନ୍ତି। ହେଲେ କଟନିଛଟନି ଆଳରେ ୪ରୁ ୫ କେଜି ଧାନ କାଟି ଦିଆଯାଉଥିବା ଅଭିଯୋଗ ହେଉଛି। ଯଦି ୪ରୁ ୫ କେଜି ଧାନ କଟା ଯାଉଛି, ତେବେ ଚାଷୀ ସେମାନଙ୍କ ଉଚିତ ମୂଲ୍ୟ କିପରି ପାଇଲେ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

ହାଡ଼ଭଙ୍ଗା ଶୀତରେ ବହୁ ମଣ୍ଡିରେ ପଡ଼ିଛନ୍ତି ଚାଷୀ। ଆଶା ରଖିଛନ୍ତି ସରକାର ତାଙ୍କ ଧାନ କିଣି ଉଚିତ୍‌ ମୂଲ୍ୟ ଦେବେ। ହେଲେ ଅଧିକାଂଶ ମଣ୍ଡିରେ ସ୍ଥିତି ଭିନ୍ନ। କେଉଁଠି ଧାନ କିଣା ଯାଉନାହିଁ ତ, ଆଉ କେଉଁଠି ଉଚିତ୍‌ ମୂଲ୍ୟ ମିଳୁନାହିଁ। ଆଜି କଟକ ଜିଲ୍ଲା ନରସିଂହପୁର ବ୍ଲକ କୋକଳବା ଛକର ମଣ୍ଡିକୁ ମିଲର୍ସ ନଆସିବାରୁ ଚାଷୀ ରାସ୍ତାରେ ଧାନ ଢାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି।

ସୋନପୁରରେ ମଣ୍ଡିରେ ତାଲା ଝୁଲୁଛି। ଶହ ଶହ ବସ୍ତା ଧାନ ମଣ୍ଡି ପରିସରରେ ପଡ଼ି ରହିଛି। ହେଲେ ମିଲର୍ସଙ୍କ ଦେଖା ନାହିଁ। ଶୀତ ରାତିରେ ଧାନ ଜଗି ନାହିଁନଥିବା ଦହଗଞ୍ଜ ହେଉଛନ୍ତି ଚାଷୀ।

ସେହିପରି କଟନିଛଟନି ବିବାଦରେ ନୂଆପଡ଼ା ତରବୋଡ଼ ମଣ୍ଡିରେ ୪ଦିନ ହେଲାଣି ଅଚଳାବସ୍ଥା ଲାଗି ରହିଛି। ପାଖାପାଖି ୬ ହଜାର ବସ୍ତା ଧାନ ବିକ୍ରି ନହୋଇ ମଣ୍ଡିରେ ପଡ଼ି ରହିଛି।

ଧାନ ମଣ୍ଡିରେ ଘୋର ଅବ୍ୟବସ୍ଥା ସାଙ୍ଗକୁ ଦୁର୍ଦ୍ଦଶା ସହ ତାଳ ଦେଇ ବଢ଼ି ଚାଲିଛି ଚାଷୀଙ୍କ ରୋଷ। ହେଲେ ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀଙ୍କ ନୂଆ ତଥ୍ୟ ଚାଷୀଙ୍କ ମନରେ ଛନକା ଖେଳାଇ ଦେଇଛି। ମନ୍ତ୍ରୀ କହୁଛନ୍ତି, “ଗତବର୍ଷ ତୁଳନାରେ ଏବର୍ଷ ଅଧିକ ମଣ୍ଡି ଖୋଲିଛି। ବର୍ତ୍ତମାନର ଧାନ କିଣା ଟାର୍ଗେଟ୍ ବି ପୂରଣ ହୋଇ ସାରିଲାଣି। ଯେଉଁଠି ଧାନ କିଣା ହେଉଛି ସେଠି କୁଇଣ୍ଟାଲ ପିଛା ୧୭୫୦ ଟଙ୍କାରେ ହିଁ କିଣାଯାଉଛି। ଏଫଏକ୍ୟୁ ମାନକୁ ନେଇ ଯେଉଁ କିଛି ମଣ୍ଡିରେ ସମସ୍ୟା ରହିଛି ସେଠି ଖୁବଶୀଘ୍ର ସମସ୍ୟା ଦୂର କରାଯିବାକୁ ଉଦ୍ୟମ ଚାଲିଛି।”

narashingpurମନ୍ତ୍ରୀଙ୍କ ଏପରି ତଥ୍ୟକୁ ସହଜରେ ଗ୍ରହଣ କରିନି ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “ସାରା ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମଣ୍ଡିରେ ଧାନ ପଡ଼ିଛି, ସରକାର କିଣୁନାହାନ୍ତି। ବିଭାଗୀୟ ମନ୍ତ୍ରୀ ଭୁବନେଶ୍ୱରରେ ବସି ବାହାସ୍ଫୋଟ ମାରୁଛନ୍ତି, ଆମେ ସବୁ ଧାନ ଚାଷୀଙ୍କଠାରୁ କିଣୁଛୁ। ମିଛ କହି ରାଜ୍ୟର ଚାଷୀଙ୍କୁ ଭ୍ରମିତ କରୁଛନ୍ତି।”

ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ କହିଛନ୍ତି, “ଚାଷୀ ଉଚିତ୍‌ ମୂଲ୍ୟ ପାଉନାହିଁ। କଟନିଛଟନି ଚାଲିଛି, ମଣ୍ଡି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ମନ୍ତ୍ରୀ ନିଜକୁ ଓ ଦଳକୁ ବଞ୍ଚାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ମିଛ ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ପ୍ରତାରିତ କରୁଛନ୍ତି।”



from Odisha Reporter http://bit.ly/2W1YOyr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages