ପରକୀୟା ପ୍ରୀତିରୁ ହତ୍ୟା: ପ୍ରେମିକକୁ ପିଟି ପିଟି ମାରିଦେଲେ ପ୍ରେମିକାର ଦୁଇଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ପରକୀୟା ପ୍ରୀତିରୁ ହତ୍ୟା: ପ୍ରେମିକକୁ ପିଟି ପିଟି ମାରିଦେଲେ ପ୍ରେମିକାର ଦୁଇଭାଇ

ଭଦ୍ରକ (ତପନ ସ୍ୱାଇଁ): ଘରେ ସ୍ତ୍ରୀ ଅଛନ୍ତି। ଏହାସତ୍ତ୍ୱେ ଜଣେ ଯୁବତୀଙ୍କୁ ମନ ଦେଇ ବସିଥିଲେ ପ୍ରେମିକ ପୁରୁଷ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇ ଉଠିଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଘରେ ପତ୍ନୀ ଥାଇ ମଧ୍ୟ ପ୍ରେମିକାକୁ ନୋଟାରୀରେ ବିବାହ କଲେ। ତାଙ୍କୁ ନାନା ଉପହାର ଦେଇଥିଲେ ଓ ପତ୍ନୀଙ୍କ ପରି ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ହେଲେ କଥା ବିଗିଡ଼ି ଗଲା ସେତେବେଳେ, ଯେତେବେଳେ ପ୍ରେମିକା ଜାଣିଲେ ଯେ, ତାଙ୍କ ପ୍ରେମିକ ପ୍ରବର ବିବାହିତ।

ଏମିତି ନାଟ କରିଥିବା ବ୍ୟକ୍ତିଙ୍କ ନାଁ ହେଲା ପ୍ରଦୀପ ନାୟକ। ପ୍ରଦୀପ ବିବାହିତ ବୋଲି ଜାଣିବା ପରେ କରଛଡ଼ା ଦେଲେ ପ୍ରେମିକା। ଆଉ ପାଖ ପଶିଲେ ନାହିଁ କି ସମ୍ପର୍କ ରଖିଲେ ନାହିଁ। ଫଳରେ ପ୍ରେମିକ ପୁରୁଷ ପ୍ରଦୀପ ନାୟକଙ୍କ ମୁଣ୍ଡ ବିଗିଡ଼ି ଗଲା। ଉତ୍ତେଜିତ ହୋଇ ସେ ବିଭିନ୍ନ ସମୟରେ ପ୍ରେମିକାଙ୍କୁ ଦେଇଥିବା ଉପହାର ଫେରାଇବାକୁ ଦାବି କଲେ। ପ୍ରତିଶୋଧର ନିଆଁ ଏତେ ତୀବ୍ର ଥିଲା ଯେ, ପ୍ରଦୀପ ଆଜି ସେ ଜିନିଷପତ୍ର ଆଣିବାକୁ ପ୍ରେମିକାଙ୍କ ଘରେ ପହଞ୍ଚି ଯାଇଥିଲେ।

ହେଲେ ସେଇଠି ହିଁ ଘଟିଗଲା ଅଘଟଣ। ପ୍ରେମିକାଙ୍କ ଘରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପ୍ରେମିକାଙ୍କ ଦୁଇଭାଇ ପ୍ରଦୀପଙ୍କୁ ତାଙ୍କ ଘରେ ଦେଖି ରକ୍ତମୁଖା ହୋଇ ପଡ଼ିଥିଲେ ଓ ଦୁହେଁ ମିଶି ପ୍ରଦୀପଙ୍କୁ ପିଟି ପିଟି ସେଇଠି ହିଁ ମାରି ଦେଇଥିଲେ।

ପୂରା ଘଟଣା ଏମିତି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଆଚାର୍ଯ୍ୟନଗର ଗାଁର ପ୍ରଦୀପ ନାୟକଙ୍କ ବିବାହ ୭ରୁ ୮ ବର୍ଷ ତଳେ ହୋଇଥିଲା। ଏହା ସତ୍ତ୍ୱେ ସେ ଜଣେ ଅବିବାହିତା ଝିଅକୁ ଭଲ ପାଉଥିଲେ। ପ୍ରେମିକା ଜାଣିନଥିଲେ ଯେ ପ୍ରଦୀପ ବିବାହିତ। ତେଣୁ ସେ ମଧ୍ୟ ତାଙ୍କୁ ମନ ଦେଇ ବସିଥିଲେ। ଏପରିକି ଉଭୟ ନୋଟାରୀରେ ବିବାହ କରିଥିଲେ। ବିବାହ ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିବା ପୋଲିସ୍ ସୂଚନା ଦେଇଛି।

ପ୍ରେମିକା ଯେତେବେଳେ ଜାଣିଲେ ଯେ ପ୍ରଦୀପ ବିବାହିତ, ସେବେଠାରୁ ସେ ତାଙ୍କଠାରୁ ଦୂରେଇବାକୁ ଚେଷ୍ଟା କଲେ। ଏହା ପ୍ରଦୀପଙ୍କୁ ବିବ୍ରତ କରିଥିଲା। ରାଗରେ ସେ ପ୍ରେମିକାଙ୍କୁ ଦେଇଥିବା ସବୁ ଉପହାର ଜିନିଷ, ଟଙ୍କା ଓ ମୋବାଇଲ୍‌ ତାଙ୍କୁ ମାଗିଥିଲେ। ଏହାକୁ ନେଇ ପ୍ରଦୀପ ଓ ପ୍ରେମିକାଙ୍କ ପରିବାର ଭିତରେ ବିବାଦ ଦେଖାଦେଇଥିଲା।
ଝିଅଟିର ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ତାଙ୍କୁ ଗାଁକୁ ପଠାଇ ଦେଇଥିଲେ। ଆଜି ପ୍ରଦୀପ ଏକ ବାଇକ୍‌ରେ ପ୍ରେମିକାର ଘରକୁ ଯାଇଥିଲେ। କିନ୍ତୁ ସେଠାରେ ପ୍ରେମିକାକୁ ନପାଇବାରୁ, ସେ ତାଙ୍କ ଘରେ ଥିବା ଆଉଜଣେ ଯୁବତୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା। ଏହା ଦେଖି ପ୍ରେମିକାଙ୍କ ଦୁଇଭାଇ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ ଏବଂ ଏକ ଲୁହା ରଡ୍‌ରେ ପ୍ରଦୀପଙ୍କୁ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ପୁଲିସ ପ୍ରେମିକାଙ୍କ ବଡ଼ଭାଇକୁ ଗିରଫ କରିଛି। ସାନ ଭାଇ ଫେରାର ହୋଇଯାଇଛି। ଏନେଇ ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2DzNr9I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages