ରାଜକୋଷ ଧନରେ ବିଜେଡି ପାଳୁଛି ନିର୍ବାଚନୀ ଗୁରୁବାର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ରାଜକୋଷ ଧନରେ ବିଜେଡି ପାଳୁଛି ନିର୍ବାଚନୀ ଗୁରୁବାର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ‘ପରଧନରେ ଗୁରୁବାର’ ନୀତି ଆପଣାଇଛି ବିଜେଡି। ଯୁବ,ମହିଳା ଓ ଚାଷୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କାର୍ଯ୍ୟକ୍ରମ ଆଳରେ ଏବେ ବିଜେଡି ନିଜର ନିର୍ବାଚନୀ ପ୍ରଚାରରେ ରାଜକୋଷର କୋଟିକୋଟି ଟଙ୍କା ବ୍ୟୟ କରିବାରେ ଲାଗିଛି। ମିଶନ ଶକ୍ତି ଯୋଜନାରେ ମହିଳା ସମାବେଶ, କାଳିଆ ଯୋଜନାରେ ଚାଷୀ ସମାବେଶ, ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ଯୁବ ଓ ଛାତ୍ର ସମାବେଶ କରି ବିଜେଡି ଏବେ ରାଜ୍ୟ ରାଜକୋଷ ଉପରେ ଚାପ ପକାଇବାରେ ଲାଗିଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଗତକାଲି ୨୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ ପୁରୀର ମାଳତୀପାଟପୁରରୁ କରିଥିଲେ। ଏହି ସମାବେଶରେ ସରକାରୀ ଖର୍ଚ୍ଚରେ ପ୍ରାୟ ୧ଲକ୍ଷ ଚାଷୀ(ବିଜେଡି ସମର୍ଥିତ)ଙ୍କୁ ଏକଜୁଟ କରିବାର ଦାୟିତ୍ୱ ବିଜେଡି ନେତା ଓ ବିଧାୟକମାନଙ୍କୁ ଦିଆଯାଇଥିଲା। ପ୍ରତ୍ୟେକ ବ୍ଲକରୁ ୨୦୦ ଚାଷୀଙ୍କୁ ଅଣାଯାଇଥିବାବେଳେ ପୁରୀ, କଟକ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଅଧିକ ସଂଖ୍ୟାରେ ଚାଷୀଙ୍କୁ ସମାବେଶ ସ୍ଥଳକୁ ବୁହାଯାଇଥିଲା।

ତେବେ ଭୁବନେଶ୍ୱରରୁ ପୁରୀ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଡ଼କ ମାର୍ଗ ପରିବର୍ତ୍ତେ ଆକାଶ ମାର୍ଗରେ ଯାଇଥିଲେ। ଭୁବନେଶ୍ୱରରୁ ପୁରୀ ସଡ଼କ ମାର୍ଗରେ ଯାଇଥିଲେ ରାଜକୋଷ ଅର୍ଥ ସଞ୍ଚୟ ହୋଇପାରିଥାନ୍ତା ଓ ତାହା କୌଣସି ଗରିବ ଚାଷୀର କାମରେ ଲାଗିପାରିଥାନ୍ତା। ମାତ୍ର ବିଭିନ୍ନ ସମୟରେ ସଡ଼କ ପଥରେ ଯାଉଥିବା ମୁଖ୍ୟମନ୍ତ୍ରୀ ଅଚାନକ ଗରିବ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରୁ ‘ବିମାନ ଉଡ଼ାଣ’ କରିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ସେହିପରି ‘କାଳିଆ’ ଯୋଜନାରେ ସରକାରୀ ଚାଷୀ ସମାବେଶ ନାଁରେ ବିଜେଡି ଦଳୀୟ କର୍ମୀଙ୍କ ସମାବେଶ କରିଥିଲା। ଦଳର ସାଂସଦ,ବିଧାୟକ ଓ ମନ୍ତ୍ରୀମାନେ ସେଠାରେ ଉପସ୍ଥିତ ଥିବାବେଳେ ଅନ୍ୟ କୌଣସି ଦଳର ନେତାମାନଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା। ଗତକାଲି ‘କାଳିଆ’ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବାର କାର୍ଯ୍ୟକ୍ରମକୁ ଗାଁ ଗହଳିରେ ଲୋକଙ୍କ ଦେଖିବା ନିମନ୍ତେ ବଡ଼ପରଦାରେ ସିଧାସଳଖ ପ୍ରସାରଣ କରିବା ନିମନ୍ତେ ସମସ୍ତ ପଞ୍ଚାୟତକୁ ୧୦ହଜାର ଟଙ୍କା ଦିଆଯାଇଥିଲା। ଏହି ଦୃଷ୍ଟିରୁ ଦେଖିଲେ ପ୍ରାୟ ୭କୋଟି ଟଙ୍କା ସରକାର ବିଭିନ୍ନ ପଞ୍ଚାୟତକୁ ବଣ୍ଟନ କରିଛନ୍ତି।

ସେହିପରି ପୁରୀ ଚାଷୀ ସମାବେଶରେ ସାମିଲ ହୋଇଥିବା ପ୍ରତ୍ୟେକ ତଥାକଥିତ ଚାଷୀ (ଦଳୀୟ କର୍ମୀ)ଙ୍କୁ ୪୦୦ରୁ ୫୦୦ଟଙ୍କା ଦିଆଯାଇଛି। ଏହି ଦୃଷ୍ଟିରୁ ଦେଖିଲେ ପ୍ରାୟ ୪ରୁ ୫କୋଟି ଟଙ୍କା ଦଳୀୟ କର୍ମୀଙ୍କୁ ଦିନକର ପାରିଶ୍ରମିକ ଆକାରରେ ଦିଆଯାଇଛି। ସମାବେଶ ସ୍ଥଳକୁ ଚାଷୀ(କର୍ମୀ)ଙ୍କୁ ଅଣାଯିବା ପାଇଁ ବସ ଓ ଗାଡ଼ିର ବ୍ୟବସ୍ଥା ସହ ଟିଫିନ, ଡ୍ରେସ ଓ ଟୋପିର ବ୍ୟବସ୍ଥା ଅଲଗା ଭାବେ କରାଯାଇଥିବା ଜଣାପଡ଼ିଛି। ତେଣୁ ସରକାରୀ ଚାଷୀ ସମାବେଶ ଆଳରେ ବିଜେଡି ନିଜର ନିର୍ବାଚନୀ ସଭା କରି ରାଜକୋଷରୁ ଅଯଥା କୋଟି କୋଟି ଟଙ୍କା ଲୁଟ କରୁଥିବାର ଧାରଣା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି।



from Odisha Reporter http://bit.ly/2sM2hnh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages