ଉପସ୍ଥାନ ନେବା ବେଳେ ଆଉ ୟେସ୍‌ ସାର୍‌ ନୁହେଁ, ଜୟ ହିନ୍ଦ୍‌ କିମ୍ବା ଜୟ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଉପସ୍ଥାନ ନେବା ବେଳେ ଆଉ ୟେସ୍‌ ସାର୍‌ ନୁହେଁ, ଜୟ ହିନ୍ଦ୍‌ କିମ୍ବା ଜୟ ଭାରତ

ଅହମଦାବାଦ: ୨୦୧୯ର ପ୍ରଥମ ଦିନରୁ ଗୁଜରାଟ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ ଏଭଳ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିଛନ୍ତି। ଏଣିକି ଗୁଜରାଟର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀମାନେ ଉପସ୍ଥାନ ନିଆଯିବା ବେଳେ ୟେସ୍‌ ସାର୍‌ ବା ୟେସ୍‌ ମ୍ୟାଡାମ ବଦଳରେ ଜୟ ହିନ୍ଦ କିମ୍ବା ଜୟ ଭାରତ କହିବେ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ନିୟମକୁ ମାନିବା ପାଇଁ ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ବାଧ୍ୟ ବୋଲି କୁହାଯାଇଛି।

ରାଜ୍ୟ ଶିକ୍ଷା ବିଭାଗର କହିବା ଅନୁଯାୟୀ, ଛୋଟ ବୟସରୁ ପିଲାଙ୍କ ମଧ୍ୟରେ ଦେଶଭକ୍ତି ଜାଗ୍ରତ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ରାଜ୍ୟ ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ର ସିହ୍ନା ଚୁଡସାମା କହିଛନ୍ତି, “ ମୁଁ ଯେତେବେଳେ ଛାତ୍ର ଥିଲି ସେତେବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପସ୍ଥାପନ ବେଳେ ଜୟ ହିନ୍ଦ କିମ୍ବା ଜୟ ଭାରତ କହିବା ବାଧ୍ୟତାମୂଳକ ଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହି ନିୟମକୁ ବଦଳାଇ ଦିଆଗଲା।

ଆମେ ୨୦୧୯ ଜାନୁଆରୀ ୧ରୁ ପୁଣିଥରେ ଏହି ଅଭ୍ୟାସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଜଣେ ଛାତ୍ର କିମ୍ବା ଛାତ୍ରୀ ତାଙ୍କ ସ୍କୁଲ ଶିକ୍ଷା ମଧ୍ୟରେ ୧୦ ହଜାରରୁ ଅଧିକ ଥର ୟେସ୍‌ ସାର୍‌ କିମ୍ବା ୟେସ୍‌ ମ୍ୟାଡାମ କହୁଥିଲେ। ଯଦି ସେମାନେ ଜୟ ହିନ୍ଦ କିମ୍ବା ଜୟ ଭାରତ ବୋଲି କହିବେ, ତା’ହେଲେ ସେମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ସୃଷ୍ଟି ହୋଇପାରିବ।”

ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ନିଷ୍ପତ୍ତି ପାଳନ ହେଉଛି କି ନାହିଁ, ତା’ର ସମୀକ୍ଷା କରିବେ।



from Odisha Reporter http://bit.ly/2QgrgID

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages