କପିଲ ଦେବଙ୍କ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କଲେ ବୁମ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

କପିଲ ଦେବଙ୍କ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କଲେ ବୁମ୍ରା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟରେ ସଫଳତା ପାଇବେ କି ନାହିଁ, ତାକୁ ନେଇ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଯେଉଁ ପୂର୍ବାନୁମାନ କରିଥିଲେ, ତାହା ଭୁଲ ପ୍ରମାଣିତ ହୋଇଛି। ଖୋଦ୍‌ କପିଲ ଦେବ ଏକଥାକୁ ସ୍ୱୀକାର କରିବା ସହ ବୁମ୍ରା ତାଙ୍କ ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି।

ବୁମ୍ରାଙ୍କ ନିଆରା ବୋଲିଂ ଷ୍ଟାଇଲ୍‌ ସମ୍ପର୍କରେ ମତ ଦେଇ କପିଲ ଦେବ କହିଛନ୍ତି, “ ମୁଁ ଏତିକି କହିବାକୁ ଚାହେଁ ଯେ ବୁମ୍ରା ମୋ ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଛନ୍ତି। ମୁଁ ଯେତେବେଳେ ତାଙ୍କୁ ଦେଖିଥିଲି, ସେତେବେଳେ ସେ କେତେ ଦିନ ଅନ୍ତର୍ଜାତୀୟ କ୍ରିକେଟରେ ସଫଳତା ପାଇବେ, ତାକୁ ନେଇ ଆଶଙ୍କା ବ୍ୟକ୍ତ କରିଥିଲି। ବିଶେଷ କରି ତାଙ୍କର ନିଆରା ବୋଲିଂ ଷ୍ଟାଇଲ୍‌ କେତେ ଦିନ ଯାଏ ରହିବ, ସେକଥା ମଧ୍ୟ ଭାବିଥିଲି। କିନ୍ତୁ ଏହି ନିଆରା ଷ୍ଟାଇଲ୍‌କୁ ସେ ବଜାୟ ରଖିବା ସହ ସଫଳତା ପରେ ସଫଳତା ହାସଲ କରିଚାଲିଛନ୍ତି।”

୧୯୮୧ ମସିହା ଫେବୃଆରୀ ମାସରେ କପିଲ ଦେବେ ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ୨୮ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିଲେ। ଏହି ମ୍ୟାଚ୍‌ଟି ଭାରତ ଜିତିଥିଲା। ସେବେଠାରୁ ଭାରତ କେବେ ଏମ୍‌ସିଜିରେ ଜିତି ନଥିଲା। କିନ୍ତୁ ୨୦୧୮ ଡିସେମ୍ବରରେ ଭାରତ ପୁଣି ଏମ୍‌ସିଜିରେ ଜିତିଛି। ଏହି ଜିତିବା ପଛରେ ବୁମ୍ରାଙ୍କ ଯଥେଷ୍ଟ ଭୂମିକା ରହିଥିଲା। ବୁମ୍ରା ଏହି ମ୍ୟାଚ୍‌ରେ ୯ଟି ୱିକେଟ୍‌ ନେବା ସହ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।



from Odisha Reporter http://bit.ly/2VlAxmI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages