
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ କିଏ ଜିତିବ? କ’ଣ ପୁଣି ଏନ୍ଡିଏ ସରକାରକୁ ଫେରିବ ନା ୟୁପିଏ କ୍ଷମତା ଦଖଲ କରିବ? ଏହାକୁ ନେଇ ତର୍କବିତର୍କ ଚାଲିଥିବା ବେଳେ ଏବେ ମୁଡ୍ ଅଫ୍ ନେଶନର ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଇଣ୍ଡିଆ ଟୁଡେ ଓ କାର୍ଭି ଇନ୍ସାଇଟସ୍ ପକ୍ଷରୁ କରାଯାଇଥିବା ଏହି ସର୍ଭେ ବିଜେପିକୁ ଜବରଦସ୍ତ ଝଟ୍କା ଦେବା ଭଳି ତଥ୍ୟ ଦେଇଛି।
ଏଥିର ଦେଶରେ ଝୁଲା ସଂସଦ ହେବ। ଅର୍ଥାତ ଏଥର ବିଜେପି ନେତୃତ୍ୱାଧୀନ ଏନ୍ଡିଏ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ। ତେବେ ୨୦୧୪ରେ ବିଜେପି ଓ ତା’ର ସହଯୋଗୀ ଦଳଗୁଡ଼ିକ ଯେତିକି ଆସନ ପାଇଥିଲେ, ଏଥର ମେଣ୍ଟକୁ ସେଥିରୁ ୯୯ଟି ଆସନ ହରାଇବାକୁ ପଡ଼ିବ। ସେହିପରି କଂଗ୍ରେସ ଓ ତା’ର ସହଯୋଗୀ ଦଳ ୧୦୬ଟି ଆସନର ଫାଇଦା ପାଇବେ। ଏପରି ସ୍ଥିତିରେ ଆଞ୍ଚଳିକ ଦଳଗୁଡ଼ିକ ହିଁ କେନ୍ଦ୍ରରେ କିଏ ସରକାର ଗଠନ କରିବ, ସେକଥା ସ୍ଥିର କରିବେ ବୋଲି ସର୍ଭେରୁ ସଂକେତ ମିଳିଛି।
ସର୍ଭେ ଅନୁଯାୟୀ, ଯଦି ଆଜି ଭୋଟ୍ ହୁଏ, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୨୩୭ଟି ଆସନ ପାଇବ। ଅର୍ଥାତ ୨୦୧୪ ତୁଳନାରେ ଏନ୍ଡିଏ ୯୯ଟି ଆସନ କମ୍ ପାଇବ। ୨୦୧୪ରେ ଏନ୍ଡିଏ ୩୩୬ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୨୮୨ଟି ଆସନରେ ବିଜୟୀ ହୋଇଥିଲା।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୬୬ଟି ଆସନରେ ଜିତିବ। ତେଣୁ ମେଣ୍ଟକୁ ୧୦୬ଟି ଆସନର ଫାଇଦା ହେବ। ସେହିପରି ଏନ୍ଡିଏ ଓ ୟୁପିଏ ସହ ମେଣ୍ଟ କରି ନଥିବା ଦଳଗୁଡ଼ିକ ୫୪୩ ଆସନ ବିଶିଷ୍ଟ ଲୋକସଭାରୁ ୧୪୦ଟିରେ ବିଜୟୀ ହେବେ। ତେଣୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨କୁ କେହି ବି ଛୁଇଁ ପାରିବେ ନାହିଁ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।
୨୦୧୯ରେ ଏନ୍ଡିଏର ଭୋଟ ପ୍ରତିଶତ ୩୫% ରହିବ ଓ ୟୁପିଏ ୩୩% ଭୋଟ୍ ପାଇବ।
NDA: BJP, All India N Rangaswamy Congress, Apna Dal, Bodo People’s Front, DMDK, JD(U), LJP, Naga People’s Front, PMK, National People’s Party, RPI(A), SAD, Sikkim Democratic Front, Shiv Sena
UPA: Congress, DMK, JD(S), National Conference, JMM, Kerala Congress (Mani), IUML, NCP, RJD, RLD, TDP
Others: AAP, AGP, AIMIM, AIADMK, Forward Bloc, TMC, AIUDF, BJD, CPI, CPI(M), INLD, PDP, Kerala Congress (Joseph), MNS, NLP, RSP (RSP is with the Left alliance in West Bengal and with the UPA in Kerala), TRS, YSRC, Independents and SP-BSP-RLD alliance in Uttar Pradesh
ଝୁଲା ସଂସଦର ଅର୍ଥ ଏନ୍ଡିଏ ସରକାର ଗଠନ କରିବା ପାଇଁ ଅଣ ୟୁପିଏ ଦଳଗୁଡ଼ିକର ସହାୟତା ନେବ। ଏପରି ହେଲେ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ମେଣ୍ଟ ଦଳଗୁଡ଼ିକ ଆଉ କାହାକୁ ପ୍ରଧାନମନ୍ତ୍ରୀ କରିବାକୁ ଚାହିଁପାରନ୍ତି। ତେଣୁ ଏହାକୁ ନେଇ ଦଳ ଅଡ଼ୁଆରେ ପଡ଼ିପାରେ।
ଅନ୍ୟପକ୍ଷରେ ଦେଶର ୬୦% ଲୋକ ଏନ୍ଡିଏକୁ ପୁଣିଥରେ ଶାସନ ପାଇଁ ସୁଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ୩୨% ଲୋକ ଏହାକୁ ନାପସନ୍ଦ କରିଥିବା ବେଳେ ୮% ଲୋକ କୌଣସି ମତାମତ ଦେଇନାହାନ୍ତି।
from Odisha Reporter http://bit.ly/2R7bh05
No comments:
Post a Comment