ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼, ଭିଡିଓକୁ ଭାଇରାଲ୍‌ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼, ଭିଡିଓକୁ ଭାଇରାଲ୍‌ କଲେ

ଆଳି (ବନମାଳି ସାହୁ): ମରିଗଲା ମାନବିକତା। ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମାରି ଉଲଗ୍ନ କଲେ କେତେକ ମହିଳା। ଆଉ ତା’ପରେ ଅଙ୍ଗନବାଡ଼ି କର୍ମୀଙ୍କ ଫୁଙ୍ଗୁଳା ଦେହକୁ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ କରିଦେଲେ। ଏପରି ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ରାଜକନିକା ଥାନା ଅଞ୍ଚଳରେ ଗାଁ ବିବାଦ ଯୋଗୁ ଦୁଇ ବର୍ଷ ହେଲା ଏକ ଅଙ୍ଗନବାଡ଼ି କେନ୍ଦ୍ରର ଟଙ୍କା ଉଠି ପାରୁନଥିଲା। ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସାତ ଦିନ ତଳେ ଘଟଣାର ସମାଧାନ ହୋଇଥିଲା। ଗତକାଲି ଅଙ୍ଗନବାଡ଼ି କର୍ମୀ ଜଣକ କେନ୍ଦ୍ରକୁ ଆସିଥିଲେ। ଏହି ସମୟରେ ୧୫ରୁ ୨୦ ଜଣ ମହିଳା ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ଦୁଇ ବର୍ଷର ବକେୟା ଅର୍ଥ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ଗାଁ ଦାଣ୍ଡରେ କର୍ମୀଙ୍କୁ ମାଡ଼ ମାରିଥିଲେ। ଏପରିକି ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ତା’ର ଭିଡିଓ ରେକର୍ଡିଙ୍ଗ କରିଥିବା ଅଭିଯୋଗ ହୋଇଛି। ପରେ ସେହି ମାଡ଼ ମରା ଓ ଉଲଗ୍ନ ଶରୀରର ଭିଡିଓକୁ ସୋଶାଲ ମିଡିଆରେ ଛାଡ଼ି ଦେଇଥିଲେ।

ଆଜି ସେହି ଭିଡିଓ ଭାଇରାଲ୍‌ ହେବା ପରେ ଅଙ୍ଗନବାଡ଼ି କର୍ମୀ ଜଣକ ତାଙ୍କ ସ୍ୱାମୀଙ୍କ ସହିତ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭଯୁକ୍ତଙ୍କ ପାଖରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ।



from Odisha Reporter http://bit.ly/2Wiepd9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages