ସରପଞ୍ଚଙ୍କୁ ଚିଠି ପଠାଇ ହତ୍ୟା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ସରପଞ୍ଚଙ୍କୁ ଚିଠି ପଠାଇ ହତ୍ୟା ଧମକ

letter

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାର ଜଣେ ସରପଞ୍ଚଙ୍କୁ ଚିଠି ଲେଖି ହତ୍ୟା ଧମକ ଦିଆଯାଇଛି। ତାଙ୍କ ନାଁ ସୌମ୍ୟରଞ୍ଜନ ପ୍ରଧାନ। ସେ ହେଉଛନ୍ତି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ। ହତ୍ୟା ଧମକ ସମ୍ବଳିତ ଚିଠି ବୋଦାପଡ଼ା ଗ୍ରାମବାସୀ ଲେଖିଥିବା ନେଇ ଉଲ୍ଲେଖ ରହିଛି।

ଥାନା ଓ ହାଇକୋର୍ଟରୁ କେସ୍‌ ପ୍ରତ୍ୟାହାର କରିବା ସହିତ ବିଧାୟକ ଅରୁଣ ସାହୁଙ୍କୁ ପାଦଧରି କ୍ଷମା ମାଗିଲେ ବଞ୍ଚିବ ବୋଲି ସୌମ୍ୟରଞ୍ଜନଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖାଯାଇଛି। ଏହା ସହିତ ସରପଞ୍ଚ ପଦ ଛାଡ଼ିବା ପାଇଁ ବି ତାଙ୍କୁ ଧମକ ଦିଆଯାଇଛି। ଏସବୁ କଥା ନମାନିଲେ କେହି ତାଙ୍କୁ ବଞ୍ଚାଇ ପାରିବେନି ବୋଲି ଲେଖାଯାଇଛି। କେଉଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଧାୟକ ବା ମନ୍ତ୍ରୀ ତାଙ୍କୁ ବଞ୍ଚାଇବେ ଆମେ ଦେଖିବୁ ବୋଲି ମଧ୍ୟ ଚିଠିରେ ଲେଖାଯାଇଛି।

ପ୍ରାୟ ୫ ପୃଷ୍ଠାର ଏହି ହାତ ଲେଖା ଚିଠିରେ ସରପଞ୍ଚଙ୍କ କିଛି ସମର୍ଥକଙ୍କୁ ମଧ୍ୟ ଧମକ ଦିଆଯାଇଛି। ବହୁ ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଇ ଏହି ଚିଠିଟି ଲେଖାଯାଇଛି।

ଚିଠି ସହିତ ତାଙ୍କୁ ଏକ ପ୍ୟାକେଟ୍ ମଧ୍ୟ ପଠାଯାଇଥିଲା। ଏନେଇ ସୌମ୍ୟରଞ୍ଜନଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖାଯାଇଛି- ଗିଫ୍ଟ ଖୋଲିବୁ, ଖାଇକି ମରିବୁ।

ପୁଲିସ୍ ଚିଠି ସହିତ ଗିଫ୍ଟ ପ୍ୟାକେଟ୍‌କୁ ଜବତ କରିଛି। ପ୍ୟାକେଟ୍ ଭିତରେ କ’ଣ ଅଛି, ତାହା ପୁଲିସ୍ ସ୍ପଷ୍ଟ କରିନି।

ଏହି ଚିଠି ଓ ଗିଫ୍ଟ ପ୍ୟାକେଟ୍‌କୁ କେହି ସରପଞ୍ଚଙ୍କ ଘରର ପିଣ୍ଡାରେ ରଖି ଚାଲି ଯାଇଥିଲେ। ଆଜି ସକାଳେ ସୌମ୍ୟରଞ୍ଜନ ସେଗୁଡ଼ିକୁ ଦେଖି ପୁଲିସ୍‌କୁ ସୂଚନା ଦେଇଥିଲେ।

ଏ ଘଟଣା ନେଇ ସୌମ୍ୟରଞ୍ଜନ ଅବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter http://bit.ly/2QoMZhH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages