
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ‘ସିମ୍ବା’ରେ ଭିଲିଆନ୍ ଚରିତ୍ରରେ ଅଭିନୟ କରିଥିବା ସୋନୁ ସୁଦ୍ ଏବେ ବିବାଦରେ ଫସି ଯାଇଛନ୍ତି। ବିବାଦଟି ସମ୍ପୁର୍ଣ୍ଣ ବ୍ୟକ୍ତିଗତ।
ଜାଣିଛନ୍ତି କାରଣଟା କ’ଣ ? ବାବୁ କୁଆଡେ ନିଜ ଘରେ ବେଆଇନ୍ କାମ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ନୋଟିସ୍ ହୋଇଛି।
ସୂଚନା ମୁତାବକ, ସୋନୁ ଜୁହୁ ଅଞ୍ଚଳରେ ଥିବା ନିଜ ଘରେ ବେଆଇନ୍ ଭାବେ ହୋଟେଲ୍ ଚଲାଉଥିଲେ। ଏହି ଘଟଣାରେ ମୁମ୍ବାଇ ମହାନଗର ପାଳିକା ସୋନୁଙ୍କୁ ନୋଟିସ୍ ପାଠାଇଛନ୍ତି। ସେ ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏହି ନୋଟିସ୍ ପଠାଯାଇଛି।
ଏ ଘଟଣାରେ ସୋନୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ‘‘ଯେଉଁ ସ୍ଥାନରେ ହୋଟେଲ୍ ଚାଲିଛି ତାର କାଗଜ ପତ୍ରରେ ଏବେ କାମ ଚାଲିଛି। ଆଉ ସେହି ପେପର ପ୍ରସ୍ତୁତ ହେବାରେ ବିଳମ୍ବ ହେଉଛି।’’
ସେ କୌଣସି ବେଆଇନ୍ କିମ୍ବା କୌଣସି ଭୁଲ୍ କରୁ ନ ଥିବା କହିଛନ୍ତି ସୁଦ୍।
ସୂଚନାଯୋଗ୍ୟ ଯେ, ସେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ମଣିକର୍ଣ୍ଣିକା ଛାଡ଼ିବାକୁ ନେଇ ବିବାଦର ଥିଲେ। ସୋନୁଙ୍କ କହିବା ଅନୁଯାୟୀ, ସେ ଫିଲ୍ମ ‘ସିମ୍ବା’ କାରଣରୁ ଫିଲ୍ମ ‘ମଣିକର୍ଣ୍ଣିକା- ଦ କୁଇନ୍ ଅଫ୍ ଝାନ୍ସୀ’କୁ ଛାଡ଼ିବାକୁ ପଡ଼ିଥିଲା। ସୋନୁ କହିଥିଲେ ସେ ଏହି ଐତାହାସିକ ଫିଲ୍ମର ଅଂଶ ହୋଇ ପାରି ନ ଥିବା ତାଙ୍କର ଅବଶୋଷ ରହିବ।
from Odisha Reporter http://bit.ly/2HxU2p6
No comments:
Post a Comment