
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ବିଧାନସଭା ସ୍ୱାଧିକାର କମିଟି ଆଗରେ ଆଜି ହାଜର ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା।
ସେ କହିଛନ୍ତି- “ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ମୁଁ କାର୍ଯ୍ୟ କରିଆସୁଛି। ରାଜ୍ୟରେ ୨୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ଏବେ ଆମକୁ ହଇରାଣ କରାଯାଉଥିବା ମୁଁ ଅନୁଭବ କରୁଛୁ। ଓଟିଭି ଏବେ ବି ରାଜ୍ୟର ସବୁଠାରୁ ଅଧିକ ଦର୍ଶକ ଦେଖୁଥିବା ନ୍ୟୁଜ୍ ଚ୍ୟାନେଲ୍। ଏହାସତ୍ତ୍ୱେ ଓଟିଭିକୁ ହଇରାଣ କରାଯାଉଛି। ନାନା ପ୍ରତିବନ୍ଧକ ସୃଷ୍ଟି କରାଯିବା ସହ ବିଭିନ୍ନ ଦିଗରୁ ଆକ୍ରମଣ କରାଯାଉଛି।”
ଜଗି ସ୍ପଷ୍ଟ କହିଛନ୍ତି- “ଓଟିଭିର ମ୍ୟାନେଜମେଣ୍ଟ କେବେ ବି ନ୍ୟୁଜ୍ରେ ହସ୍ତକ୍ଷେପ କରେନାହିଁ। ଓଟିଭିର ଚାର୍ଟର ଅନୁଯାୟୀ, ସାମ୍ବାଦିକମାନେ ବୃତ୍ତିଗତ ଭାବେ ଖବର ପରିବେଷଣ କରୁଛନ୍ତି।”
ଅନ୍ୟପକ୍ଷରେ ଶୁଣାଣି ପରେ ସ୍ୱାଧିକାର କମିଟି ସଦସ୍ୟ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି- “ଏହି ପ୍ରସଙ୍ଗରେ ଯାଞ୍ଚ ଚାଲିଛି। ପୁଣି ଆଉ ଏକ ତାରିଖରେ ଏନେଇ ଶୁଣାଣି କରାଯିବ।”
ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ‘ଓଟିଭି’ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ।
from Odisha Reporter http://bit.ly/2MCZx4L
No comments:
Post a Comment