ଏହି କାରଣ ପାଇଁ ଆରମ୍ଭ ହୋଇଥିଲା ଦିନିକିଆ କ୍ରିକେଟ୍‌, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଏହି କାରଣ ପାଇଁ ଆରମ୍ଭ ହୋଇଥିଲା ଦିନିକିଆ କ୍ରିକେଟ୍‌, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା

ସିଡ୍‌ନୀ: ଅଧିକାଂଶ ଲୋକ ଟି-୨୦ ପୂର୍ବରୁ ଦିନିକିଆ ବା ୫୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ଭରପୂର ଉପଭୋଗ କରୁଥିଲେ। ଟେଷ୍ଟ୍‌ କ୍ରିକେଟ୍‌ ବୋର୍‌ କରୁଥିବାରୁ ଲୋକମାନେ ଦିନିକିଆ କ୍ରିକେଟକୁ ପସନ୍ଦ କରିବା ଆରମ୍ଭ କରିଥିଲେ।

ତେବେ ଆପଣ ଜାଣିଛନ୍ତି କି ପୂର୍ବରୁ ଟେଷ୍ଟ ମ୍ୟାଚ୍‌ ହେଉଥିବା ବେଳେ କାହିଁକି ଦିନିକିଆ କ୍ରିକେଟର ପ୍ରଚଳନ ହେଲା? ୧୯୭୧ ମସିହା ଆଜିର ଦିନରେ ଅର୍ଥାତ ଜାନୁଆରୀ ୫ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ସେତେବେଳେ ଦିନିକିଆରେ ପ୍ରତି ଦଳ ୪୦ ଓଭର୍‌ ବୋଲିଂ କରୁଥିଲେ। ପ୍ରତି ଓଭର୍‌ରେ ୮ଟି ବଲ୍‌ ରହିଥିଲା। ୧୯୭୧ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେଶ ସିରିଜ୍‌ଟି ବର୍ଷା ଯୋଗୁ ସମ୍ଭବ ହୋଇପାରି ନଥିଲା। ଫଳରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡକୁ କ୍ଷତି ସହିବାକୁ ପଡ଼ିଥିଲା।

ତେବେ ଆଶେଶ ସିରିଜ୍‌ର ୫ମ ଦିନ ବର୍ଷା ଛାଡ଼ିବାରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ କ୍ଷତି ଭରଣ ପାଇଁ ଯୋଜନା କରିଥିଲା। ଫଳରେ ଇଂଲଣ୍ଡକୁ ରାଜି କରାଇ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଆଗେଇ ଆସିଥିଲା। ଏହାଦ୍ୱାରା ଅଧିକାଂଶ ଦର୍ଶକ ଷ୍ଟାଡିୟମକୁ ଆସିଥିଲେ ଏବଂ ପୂର୍ବରୁ କ୍ଷତିରେ ଚାଲିଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆର ଆୟ ବଢ଼ିଥିଲା।

ଏହି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୦ ଓଭର୍‌ ପୂରା ଖେଳି ପାରି ନଥିଲା। ଦଳ ୩୯.୪ ଓଭର୍‌ରେ ମାତ୍ର ୧୯୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୩୪.୬ ଓଭର୍‌ରେ ୫ ୱିକେଟ୍‌ ହରାଇ ୧୯୧ ରନ୍‌ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଇଆନ୍‌ ଚାପେଲ ସର୍ବାଧିକ ୬୦ ରନ୍‌ କରିଥିଲେ।



from Odisha Reporter http://bit.ly/2C2dEfb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages