ପାହଡ଼ରୁ ଖସିଲା ବସ୍‌, ଡ୍ରାଇଭର୍‌ ‌ଓ ୬ ସ୍କୁଲ ଛାତ୍ରଛାତ୍ରୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ପାହଡ଼ରୁ ଖସିଲା ବସ୍‌, ଡ୍ରାଇଭର୍‌ ‌ଓ ୬ ସ୍କୁଲ ଛାତ୍ରଛାତ୍ରୀ ମୃତ

ଶିମଲା: ହିମାଚଳପ୍ରଦେଶ ସିରମାରୁ ଜିଲ୍ଲାରେ ଶନିବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ପାହଡ଼ ତଳ ଖାତକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି।

ଏଥିସହ ଅନ୍ୟ ୧୩ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ସମସ୍ତ ମୃତାହତ ସ୍କୁଲ ଛାତ୍ରଛାତ୍ରୀଙ୍କ ବୟସ ୧୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୮.୩୦ରେ ୧୯ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ରେଣୁକା ଲେକ୍‌ ନିକଟସ୍ଥ ଗାଁରୁ ବସ୍‌ଟି ସନଗ୍ରହ ସହରରେ ଥିବା ଡିଏଭି ପବ୍ଲିକ୍‌ ସ୍କୁଲ ଅଭିମୁଖେ ଯାଉଥିଲା। ତେବେ ଡାଡାହୁ-ସନଗ୍ରହ ରାସ୍ତା ଅତିକ୍ରମ କରିବା ବେଳେ ବସ୍‌ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ପାହାଡ଼ ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣ ଛାତ୍ରଛାତ୍ରୀ ଏବଂ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବସ୍‌ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି।

ଦୁର୍ଘଟଣା ପରେ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ବୋଲି ସିରମାରୁ ଡେପୁଟି କମିଶନର ଲଳିତ ଜୈନ୍‌ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2R8bepA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages