
ମୁମ୍ବାଇ: ଶିବସେନାର ପ୍ରତିଷ୍ଠାତା ବାଲ୍ ଠାକ୍ରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକ୍ରେ’ ରିଲିଜ୍ ହେବାକୁ ଯାଉଛି। ଏଥିରେ ବାଲା ସାହେବ ଠାକ୍ରେଙ୍କ ଚରିତ୍ରରେ ନୱାବଜୁଦ୍ଦିନ ସିଦ୍ଦିକ୍ ଅଭିନୟ କରିଛନ୍ତି। ଫିଲ୍ମଟି ଭିନ୍ନ ଭିନ୍ନ କାରଣ ଯୋଗୁ ଅନେକ ଦିନରୁ ଚର୍ଚ୍ଚାରେ ରହିଛି।
ତେବେ ନିଜର ଦବଙ୍ଗ ସ୍ୱଭାବନିର୍ଭିକ ଓ ସ୍ପଷ୍ଟବାଦିତା ଗୁଣ ପାଇଁ ବାଲ୍ ଠାକ୍ରେ ଖୁବ୍ ଲୋକପ୍ରିୟ ଥିଲେ। ଖାସ୍ ସେଥିପାଇଁ ତାଙ୍କ ଚରିତ୍ରରେ ନୱାଜୁଦ୍ଦିନ୍ଙ୍କୁ ଦେଖିବାକୁ ଦର୍ଶକ ଖୁବ୍ ଉତ୍ସାହର ସହ ଚାହିଁ ବସିଛନ୍ତି। ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲେବି ଏବେ ଏକ ଖାସ୍ କଥା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ଫିଲ୍ମ ଇତିହାସରେ ପ୍ରଥମ ଥର ପାଇଁ ଏମିତି କିଛି ଘଟିବାକୁ ଯାଉଛି।
ରିପୋର୍ଟ ମୁତାବକ ସାଧାରଣତଃ ଫିଲ୍ମ ଗୁଡ଼ିକ ସକାଳ ୭ ଟାରେ ରିଲିଜ୍ ହୋଇଥାଏ। କିନ୍ତୁ IMAX Wadalaରେ ଏହାର ପ୍ରଥମ ଦିନର ଶୋ’ ରିଲିଜ୍ ସମୟ ଭୋରୁ ୪ ଟା ୧୫ ରଖାଯାଇଛି। IMAX Wadala ହଲ୍ର ମାଲିକ କହିଛନ୍ତି ଯେ,‘‘ ବାଲ୍ ଠାକ୍ରେଙ୍କୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ, ଉତ୍ସାହ ଓ ଉଦ୍ଦୀପନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଫିଲ୍ମ ରିଲିଜ୍ ଟାଇମର ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି।
ଫିଲ୍ମଟି ୨୫ ଜାନୁଆରୀରେ ରିଲିଜ୍ ହେବ। ଏଥିରେ ନାୟିକା ଭୂମିକାରେ ଅମୃତା ରାଓ ଅଛନ୍ତି।
from Odisha Reporter http://bit.ly/2RKT25O
No comments:
Post a Comment