୨୯ରେ ଆସିବେ ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

୨୯ରେ ଆସିବେ ଅମିତ ଶାହ

amit12

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ୨୯ ତାରିଖରେ ଦଳୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ଏହି ଅବସରରେ ସେ କଟକ ଜିଲ୍ଲା ସାଲେପୁରର କୁଳିଆ ଠାରେ ଏକ ସଭାରେ ଯୋଗ ଦେବେ।

ଶ୍ରୀ ଶାହ ଜାନୁଆରୀ ୧୮ ତାରିଖରେ ଓଡ଼ିଶା ଆସିବାର ଥିଲା। ତେବେ ସେ ସ୍ୱାଇନ୍ ଫ୍ଲୁରେ ଆକ୍ରନ୍ତ ହୋଇ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ତେଣୁ ଏ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଚଳିତ ମାସରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଗତ ମାସରେ ଥରେ ଆସିଥିଲେ। ଡିସେମ୍ବର ମାସରେ ସେ ଭୁବନେଶ୍ୱର ଆସିଥିବା ବେଳେ ପରେ ବାରିପଦା ଓ ବଲାଙ୍ଗିର ଗସ୍ତରେ ଆସିଥିଲେ। ଏହି ତିନିଟି ଗସ୍ତ ବେଳେ ସେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।



from Odisha Reporter http://bit.ly/2Tg13fu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages