ଆସିଲା ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଆସିଲା ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

simran1

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମୁଣ୍ଡରେ ଆଘାତ ଯୋଗୁଁ ପ୍ରାଣ ହରାଇଛନ୍ତି ପଶ୍ଚିମ ଓଡ଼ିଶାର ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂ। ଗତକାଲି ତାଙ୍କ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ଏହି ସୂଚନା ଦେଇଛି ପୁଲିସ୍‌। ସିମରନଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଳେଖ ରହିଛି।

ଅନ୍ୟପକ୍ଷରେ ସିମ୍‌ରନ୍‌ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସିମରନଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ରେ ହୋଇଥିବା ଏତଲା ଆଧାରରେ ଝାରସୁଗୁଡ଼ା ପୁଲିସ୍‌ ଧୃବରାଜଙ୍କୁ ଗିରଫ କରିଛି। ସିମ୍‌ରନ୍‌ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧୃବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଛି।

ସିମ୍‌ରନ୍‌ଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗି ଦିଆଯାଇଥିଲା ବୋଲି ଗତକାଲି ପୁଣି ତାଙ୍କ ମା’ ଅଭିଯୋଗ କରିବା ସହିତ ଏହାର ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।

ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମ୍‌ରନ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ପଶ୍ଚିମ ଓଡ଼ିଶାରେ ସିମରନ୍‌ ଜଣେ ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ ଥିଲେ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ପଶ୍ଚିମ ଓଡ଼ିଶାର ଘରେଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’।

ସିମ୍‌ରନ୍‌ଙ୍କ ପରିବାର ଝାରସୁଗୁଡ଼ାର ଭୁଲିଆଟିକ୍ରାରେ ଏକ ଭଡ଼ା ଘରେ ୪ ବର୍ଷ ହେଲା ରହି ଆସୁଛନ୍ତି। ତାଙ୍କ ବାପା ବିଜେନ୍ଦ୍ର ସିଂ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି।

ଗତ ୧୩.୪.୧୮ରେ ସିମ୍‌ରନ୍‌କୁ ଅପହରଣ କରାଯାଇଥିବା ତାଙ୍କ ମା’ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଝାରସୁଗୁଡ଼ା ଥାନାରେ ୨୫୬ ଦଫାରେ ଏକ ମାମଲା ବି ରୁଜୁ ହୋଇଥିଲା। ଗତ ୨୮ ଡିସେମ୍ବର ଦିନ ସିମ୍‌ରନ୍‌ ଘରକୁ ଫେରିବା ସହ ଝାରସୁଗୁଡ଼ା ଥାନାରେ ଧ୍ରୁବରାଜଙ୍କ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଏତାଲାକୁ ଭିତ୍ତି କରି ଧ୍ରୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।



from Odisha Reporter http://bit.ly/2C0TiCV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages