ସ୍ମିଥ୍ ଓ ୱାର୍ଣ୍ଣରଙ୍କୁ ଅଷ୍ଟ୍ରେଲିଆବାସୀ ସୁଯୋଗ ଦିଅନ୍ତୁ: ଟିମ୍ ପେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ସ୍ମିଥ୍ ଓ ୱାର୍ଣ୍ଣରଙ୍କୁ ଅଷ୍ଟ୍ରେଲିଆବାସୀ ସୁଯୋଗ ଦିଅନ୍ତୁ: ଟିମ୍ ପେନ୍‌

warner

ସିଡ୍‌ନୀ: ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଉପ଼-ଅଧିନାୟକ ଡାଭିଡ୍ ୱାର୍ଣ୍ଣରଙ୍କୁ ଅଷ୍ଟ୍ରେଲିଆବାସୀ ଆଉ ଏକ ସୁଯୋଗ ଦିଅନ୍ତୁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ୍ ଟିମ୍ ଅଧିନାୟକ ଟିମ୍ ପେନ୍‌।

ଗତବର୍ଷ ଦକ୍ଷିଣ ଆଫ୍ରିକାରେ ବଲ୍ ଟ୍ୟାମ୍ପରିଂ ମାମଲାରେ ଫସି ଉଭୟ ସ୍ମିଥ୍ ଓ ୱାର୍ଣ୍ଣର ବର୍ଷେ ପାଇଁ ବାସନ୍ଦ ହୋଇଛନ୍ତି। ସେମାନଙ୍କ ଉପରେ ଲାଗିଥିବା ବାସନ୍ଦ ଆଦେଶ ଏ ବର୍ଷ ମାର୍ଚ୍ଚ ମାସରେ ଶେଷ ହେବ।

ଆଶା କରାଯାଉଛି, ବାସନ୍ଦ ସମୟ ସରିବା ପରେ ଅଷ୍ଟ୍ରେଲିଆ ଜାତୀୟ ଟିମ୍‌ରେ ତାଙ୍କୁ ସାମିଲ କରାଯିବ। ଅଧିନାୟକ ଟିମ୍ ପେନ୍‌ ବି ଏହି ଆଶା ରଖିଛନ୍ତି। ତେବେ ଅଷ୍ଟ୍ରେଲିଆର ଲୋକମାନେ ଏହାକୁ କେତେ ଗ୍ରହଣ କରିବେ, ସେ ନେଇ ସନ୍ଦେହ ରହିଛି। କାରଣ ସ୍ମିଥ୍ ଓ ୱାର୍ଣ୍ଣରଙ୍କ ଯୋଗୁ ଅଷ୍ଟ୍ରେଲିଆର ସମ୍ମାନହାନି ହୋଇଥିଲା। ଏହା ଅଷ୍ଟ୍ରେଲିଆର ଲୋକଙ୍କୁ ଖୁବ୍ ବାଧିଥିଲା।

ପେନ୍ କହିଛନ୍ତି,“ବାସନ୍ଦ ସମୟ ଶେଷ ହୋଇଯିବା ପରେ ଅଷ୍ଟ୍ରେଲିଆବାସୀ ସେମାନଙ୍କୁ ଟିମ୍‌ରେ ସ୍ୱାଗତ କରିବେ ବୋଲି ମୋର ଦୃଢ଼ ଆଶା ରହିଛି। ସେମାନଙ୍କୁ ଅନ୍ୟ କ୍ରିକେଟରଙ୍କ ଭଳି ସମ୍ମାନ ବି ମିଳିବ ବୋଲି ମୁଁ ଆଶା କରୁଛି।”

ଗତବର୍ଷ ମାର୍ଚ୍ଚ ମାସରେ ଏ ଦୁଇ ଖେଳାଳିଙ୍କ ବିରୋଧରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗ ଆସିବା ପରେ ଡାରେନ୍ ଲେହମାନ୍‌ ଟିମ୍‌ର କୋଚ୍ ପଦରୁ ଇସ୍ତଫା ଦେଇଥିଲେ।

ମେଲବର୍ଣ୍ଣ ଟେଷ୍ଟରେ ପରାଜୟ ପରେ ଅଧିନାୟକ ଟିମ୍ ପେନ୍ କହିଥିଲେ ଯେ ଦଳ ଏହି ଟେଷ୍ଟରେ ସ୍ମିଥ୍ ଓ ୱାର୍ଣ୍ଣରଙ୍କ ଅଭାବ ଅନୁଭବ କରିଥିଲା।

ଆସନ୍ତା ମାର୍ଚ୍ଚ ମାସରେ ଦୁବାଇରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଏକ ଦିନିକିଆ ସିରିଜ୍ ହୋଇପାରେ। ମାର୍ଚ୍ଚ ୧୫ରୁ ୨୯ ତାରିଖ ମଧ୍ୟରେ ଏହି ସିରିଜ୍ ଖେଳାଯାଇପାରେ। ଅବଶ୍ୟ ପାକିସ୍ତାନ ଏହି ସିରିଜ୍‌କୁ ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୧୩ ମଧ୍ୟରେ କରିବାକୁ ଚାହୁଁଛି। ଏହି ଦିନିକିଆ ସିରିଜ୍‌ରେ ସ୍ମିଥ୍ ଓ ୱାର୍ଣ୍ଣର ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।



from Odisha Reporter http://bit.ly/2BSs9Sv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages