୨୦୧୯ରେ ଧୁମ୍‌ ମଚେଇବ ଏହି ୧୧ଟି ଫିଲ୍ମ, ଜଣନ୍ତୁ କେବେ ହେବ ରିଲିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

୨୦୧୯ରେ ଧୁମ୍‌ ମଚେଇବ ଏହି ୧୧ଟି ଫିଲ୍ମ, ଜଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: ୨୦୧୮ରେ ଚର୍ଚ୍ଚାରେ ଥିବା ତଥା ଶୁଟିଂ କାମ ସରିଥିବା ଅନେକ ଫିଲ୍ମ ୨୦୧୯ରେ ପରଦାକୁ ଆସିବ। ଦର୍ଶକଙ୍କୁ ଯୋଗାଇବ ମନୋରଞ୍ଜନର ଖୋରାକ୍‌। ସବୁ ହିଟ୍‌ ହେବ କି କିଛିଟା ଫ୍ଲପ୍‌ ସେ କଥା ସମୟ କହିବ। କିନ୍ତୁ ସେଇ ସବୁ ଫିଲ୍ମକୁ ନେଇ ଏବେ ଭାରି ଚର୍ଚ୍ଚା।

ଭାରତ, କେଶରୀ, ମଣିକର୍ଣ୍ଣିକା, ଏକ୍‌ ଲଡକୀକୋ ଦେଖାତୋ ଏଶା ଲଗା ଓ ବ୍ରହ୍ମାସ୍ତ୍ର ଭଳି ଫିଲ୍ମ ପରଦାକୁ ଆସିବ। ବ୍ୟାକ୍‌ଟୁ ବ୍ୟାକ୍‌ ଅନେକ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ ମଚାଇବ। ଏଥିପାଇଁ ତାରିଖ ବି ସ୍ଥିର ହୋଇ ସାରିଛି। ତେବେ ଚାଲନ୍ତୁ ଜାଣିବା ୨୦୧୯ରେ ରିଲିଜ୍‌ ହେବାକୁ ଥିବା ଏହି ସବୁ ଫିଲ୍ମର ତାରିଖ।
ମଣି କର୍ଣ୍ଣିକା; ଦ କ୍ୱୀନ୍‌ ଅଫ୍‌ ଝାନ୍ସୀ: କଙ୍ଗନା ରଣାୱତ୍‌ଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକା ଜାନୁଆରୀ ୨୫ରେ ରିଲିଜ୍‌ ହେବ। କଙ୍ଗନା ଏହି ଫିଲ୍ମରେ ଖାଲି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ତା ନୁହେଁ ବରଂ ନିର୍ଦ୍ଦେଶନା ବି ଦେଇଛନ୍ତି। ଫିଲ୍ମରେ ଅନେକ ବଡ଼ ବଡ଼ ଷ୍ଟାର କାମ କରୁଛନ୍ତି। ସେମାନେ ହେଲେ ଡେନୀ, ଅଙ୍କିତା ଲୋଖଣ୍ଡେ, ସୁରେଶ୍‌ ଓବେରଏ, କୁଳଭୁଷଣ ଖରାବନ୍ଧା।
ଏକ୍‌ ଲଡ୍‌କୀକୋ ଦେଖା ତୋ ଏସା ଲଗା: ଏହି ଫିଲ୍ମରେ ଅନୀଲ୍‌ କପୁର , ସୋନମ୍ କପୁର, ଜୁହି ଚାୱଲା ଓ ରାଜ୍‌କୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ସୋନମ୍‌ ଓ ଅନୀଲ୍‌ ଏକାଠି ପ୍ରଥମ କରି ସ୍କ୍ରିନ୍‌ ଶେଆର କରୁଛନ୍ତି। ଫିଲ୍ମଟି ଫ୍ରବୃଆରୀ ୧ରେ ରିଲିଜ୍‌ରେ ହେବ।

ଗଲି ବୟ: ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଜୋୟା ଅଖ୍‌ତର। ଫିଲ୍ମଟି ୧୪ ଫେବୃଆରୀକୁ ରିଲିଜ୍‌ ହେବ।
ଟୋଟଲ୍‌ ଧମାଲ୍‌: ଟୋଟଲ୍‌ ଧମାଲ୍‌ କମେଡୀ ଫିଲ୍ମ ଧମାଲ୍‌ ଫ୍ରାଞ୍ଚାଇଜ୍‌ର ତୃତୀୟ ସଂସ୍କରଣ। ଏହି ଫିଲ୍ମରେ ଅଜୟ ଦେବ୍‌ଗନ୍‌, ଅନୀଲ୍‌ କପୁର, ମାଧୁରୀ ଦିକ୍ଷୀତ୍‌, ବୋମନ୍‌ ଈରାନୀ, ଜନି ଲିଭର ଓ ସଞ୍ଜୟ ମିଶ୍ରା ଅଛନ୍ତି। ଫିଲ୍ମଟି ଫେବୃଆରୀ ୨୨ରେ ରିଲିଜ୍‌ ହେବ।
କେଶରୀ: ୧୮୯୭ରେ ସାରଗଢୀପ ଯୁଦ୍ଧ ଉପରେ ଆଧାରିତ ଫିଲ୍ମ ‘କେଶରୀ’ରେ ଅଭିନେତା ଅକ୍ଷୟ କୁମାର ଓ ପରିଣିତି ଚୋପ୍ରା ଅଭିନୟ କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୨୧ ତାରିଖରେ ରିଲିଜ୍‌ ହେବ।
କଲଙ୍କ: ଆଲିଆ ଭଟ୍ଟ ଓ ବରୁଣ ଧୱନ୍‌ଙ୍କ ଅଭିନୀତ ଫିଲ୍ମ କଲଙ୍କ ଏପ୍ରିଲ୍‌ ୧୯ରେ ରିଲିଜ୍‌ ହେବ। ଅଭିଷେକ ବର୍ମନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମାଧୁରୀ ଦିକ୍ଷୀତ୍‌ ନେନେ, ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର ଓ ସୋନାକ୍ଷୀ ସିହ୍ନାଙ୍କ ଭଳି କଲାକାର ଅଭିନୟ କରିଛନ୍ତି।
ଷ୍ଟୁଡେଣ୍ଟ୍‌ ଅପ୍‌ ଦ’ ଇଅର ୨: ଷ୍ଟୁଡେଣ୍ଟ୍‌ ଅଫ୍ ଦ’ ଇଅରରେ -୨ରେ ଟାଇଗର ସ୍ରଫ୍‌, ଅନନ୍ୟା ପାଣ୍ଡେ, ତାରା ସୁତରିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ମେ୧୦କୁ ରିଲିଜ୍‌ ହେବ।
ଭାରତ: ସଲ୍‌ମାନ୍‌ଙ୍କ ଫିଲ୍ମ ଭାରତ ଏକ ପିରିଓଡିକ୍‌ ଡ୍ରାମା । ଏଥିରେ ସଲ୍‌ମାନ୍‌ଙ୍କ ସହ କାଟ୍ରିନା କୈଫ୍‌ ଅଭିନୟ କରୁଛନ୍ତି। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଅବାସ୍‌ ଜଫର। ଫିଲ୍ମଟି ଜୁନ୍‌ ୫ରେ ରିଲିଜ୍‌ ହେବ।
ହାଉସ୍‌ ଫୁଲ୍‌୪: ହାଉସ୍‌ ଫୁଲ୍‌ ୪, ଅକ୍ଟୋବର ୨୬ରେ ରିଲିଜ୍‌ ହେବ। ଏଥିରେ ଅକ୍ଷୟ କୁମାର, ରିତେସ୍‌ ଦେଶ୍‌ମୁଖ୍‌, ଅଭିଷେକ୍‌ ବଚ୍ଚନ ଓ ବବି ଦେଓଲ୍‌ ଅଭିନୟ କରୁଛନ୍ତି।


ବ୍ରହ୍ମାସ୍ତ୍ର: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଡିସେମ୍ବର ୨୦ରେ ରିଲିଜ୍‌ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଆୟାନ୍‌ ମୁଖାର୍ଜି। ଏହି ଫିଲ୍ମରେ ପ୍ରଥମ କରି ରଣବୀର କପୁର ଆଲିଆଙ୍କ ଯୋଡ଼ି ଦେଖିବାକୁ ମିଳିବ।

ତଖ୍ତ: କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତଖ୍ତ’ରେ ରଣବୀର ସିଂହ, କରୀନା କପୁର ଖାନ୍‌, ଆଲିଆ ଭଟ୍ଟ, ଭିକି କୌଶଲ, ଭୂମି ପେଡ୍‌ନେକର, ଜାହ୍ନବୀ କପୁର ଓ ଅନୀଲ୍‌ କପୁର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ଟଳିତ ବର୍ଷ ଡିସେମ୍ବର୬ରେ ରିଲିଜ୍‌ ହେବ।



from Odisha Reporter http://bit.ly/2CJvDIB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages