
ପାରାଦୀପ( ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରକୁ ଗାତରେ ଜୀବନ୍ତ ପୋତି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମାତ୍ର ୫୦୦ ଟଙ୍କା ପାଇଁ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ତା’ର ଦୁଇ ସହଯୋଗୀଙ୍କ ସହ ମିଶି ଏପରି କାଣ୍ଡ ଭିଆଇଥିବାର କୁହାଯାଉଛି|
ଅଭିଯୋଗ ଅନୁସାରେ, ଗତ ବୁଧବାର ଦିନ ସପ୍ତମ ଶ୍ରେଣୀ ଛାତ୍ର ଜଣଙ୍କ ଟ୍ୟୁସନରୁ ଫେରିବା ବାଟରେ ଅଭିଯୁକ୍ତ ଛାତ୍ର ଦୁଇ ସହଯୋଗୀଙ୍କ ସହ ମିଶି ତାକୁ ଟେକି ନେଇଥିଲେ। ଏହାପରେ ସେମାନେ ନଈ ପଠାରେ ବେକ ଯାଏ ତାକୁ ପୋତି ଦେଇଥିଲେ। ଛାତ୍ର ଜଣଙ୍କ ସେମାନଙ୍କୁ କାକୁତି ମିନତି କରିବା ସହ ଟଙ୍କା ଦେବ ବୋଲି କହିବାରୁ ସେମାନେ ତାକୁ ଛାଡ଼ି ଦେଇଥିଲେ। ଏହାକୁ ନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଏତଲା ଦିଆଯାଇଛି।
ପୁଲିସ୍ ତଦନ୍ତ ଚାଲୁ ରଖିଥିବାବେଳେ ଘଟଣାସ୍ଥଳରୁ କୌଣସି ସୁରାକ୍ ପାଇନାହିଁ।ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ର ଆଉ ତା’ର ପରିବାର ଓ ଟ୍ୟୁସନ ଶିକ୍ଷକ ଏପରି ଅଭିଯୋଗର କୌଣସି ସତ୍ୟତା ନଥିବାର କହିଛନ୍ତି। ତେବେ ପୀଡ଼ିତ ଛାତ୍ର ଅଭିଯୁକ୍ତ ଛାତ୍ରକୁ ବିଭିନ୍ନ ସମୟରେ ଚିଡାଉଥିବାରୁ ସେ ତାକୁ ମାଡ଼ ମାରିଥିବାର କହିଛି। ହେଲେ ଗାତରେ ପୋତିବା ଓ ଟଙ୍କା ମାଗିବା ଘଟଣାକୁ ସେ ଅସ୍ୱୀକାର କରିଛି।
from Odisha Reporter http://bit.ly/2RtoYvd
No comments:
Post a Comment