ବେଗୁନିଆ ବିଧାୟକଙ୍କୁ ଗିରଫ କରିବା ଦାବିରେ ଥାନାରେ ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ବେଗୁନିଆ ବିଧାୟକଙ୍କୁ ଗିରଫ କରିବା ଦାବିରେ ଥାନାରେ ଭଙ୍ଗାରୁଜା

khurdha

ଖୋର୍ଦ୍ଧା (ବଳାରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଭିତରେ ପଶି ଲୋକେ ଭଙ୍ଗାରୁଜା କରିଛନ୍ତି। ବିଜେଡି ନେତା ତଥା ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଗିରଫ ଦାବି କରିବା ଦାବିରେ ସେମାନେ ଭଙ୍ଗାରୁଜା କରିଛନ୍ତି। ବେଗୁନିଆ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥକୁ ଲୋକେ ଅବରୋଧ କରିଛନ୍ତି। ଦେବି ପୂରଣ ନ ହେଲା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଲୋକା କହିଛନ୍ତି।

ଜଣେ ପୂର୍ବତନ ସରପଞ୍ଚଙ୍କୁ ବିଧାୟକ ଆକ୍ରମଣ କରିବା ସହିତ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ପୂର୍ବତନ ସରପଞ୍ଚଙ୍କ ନାଁ ନବ କିଶୋର ସ୍ୱାଇଁ। ସେ ୩୦ ବର୍ଷ ଧରି ସରପଞ୍ଚ ରହିଥିଲେ। ସେ କଂଗ୍ରେସର ଜଣେ ନେତା ଭାବେ ସ୍ଥାନୀୟ ଅଞ୍ଚଳରେ କାମ କରୁଛନ୍ତି।

ଏନେଇ ଥାନାରେ ଏତଲା ଦିଆଯାଇଥିଲେ ବି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାକୁ ନେଇ ଆଜି ତାଙ୍କ ସମର୍ଥକମାନେ ଥାନା ଘେରାଉ କରିଥିଲେ। ସେମାନେ ଥାନା ପରସରକୁ ଧସେଇ ପଶିବା ସହିତ ଭଙ୍ଗାରୁଜା କରିଥିଲେ। ଟେବୁଲ୍, ଚୌକି ଯାହା ପାଇଲେ ଭାଙ୍ଗି ଦେଇଥିଲେ ପୂର୍ବତନ ସରପଞ୍ଚଙ୍କ ସମର୍ଥନ। ଫାଇଲ୍‌ପତ୍ର ବି ଚିରାଚିରି କରିଥିଲେ।



from Odisha Reporter http://bit.ly/2RHMeFP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages