ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଲା ଭାରତ

ନାପିଅର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ବିଜୟ ଅଭିଯାନ ସହ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଆଜି ନାପିଅରରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ଡି/ଏଲ୍‌ ମେଥଡରେ ପରାସ୍ତ କରି ସିରିଜ୍‌ରେ ୧-୦ ଅଗ୍ରଣୀ ହାସଲ କରିଛି ବିରାଟ ବାହିନୀ।

୧୫୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ରୋହିତ ଶର୍ମାଙ୍କ ରୂପରେ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳୀୟ ସ୍କୋର ୪୧ ଥିବା ବେଳେ ମାତ୍ର ୧୧ ରନ୍‌ କରି ରୋହିତ ଶର୍ମା, ଡଗ୍‌ ବ୍ରାସୱେଲ ଦ୍ୱାରା ଆଉଟ୍‌ ହୋଇଥିଲେ। ତେବେ ଅନ୍ୟତମ ଓପ୍‌ନର ଶେଖର ଧୱନ ଏବଂ ଅଧିନାୟକ ବିରାଟ କୋହଲି ସ୍ଥିତି ସମ୍ଭାଳିବା ସହ ବିଜୟ ମୂଳଦୂଆ ପକାଇଥିଲେ। ବିରାଟ ୪୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଧୱନ୍‌ ୭୫ ରନ୍‌  ଓ ଅମ୍ବାତି ରାୟୁଡୁ ୧୩ ରନ୍‌ କରି ଅପରାଜିତ ରହିଥିଲେ। ଦଳୀୟ ସ୍କୋର ୩୪.୫ ଓଭରରେ ଦୁଇ ୱିକେଟ୍‌ ବିନିମୟରେ ୧୫୬ ରନ୍ ହୋଇଥିବା ବେଳେ ଖେଳକୁ ବନ୍ଦ କରିଦିଆଯିବା ସହ ଡି/ଏଲ୍‌ ମେଥଡରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା। ବ୍ୟାଟ୍ସମ୍ୟାନଙ୍କ ଆଖିରେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ିବା କାରଣରୁ ଖେଳକୁ ବନ୍ଦ କରିଦିଆଯାଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲୁକି ଫରଗୁସନ୍‌ ଏବଂ ଡଗ୍‌ ବ୍ରାସୱେଲ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଅଧିନାୟକ କେନ୍‌ ୱିଲିମସନ୍‌ଙ୍କ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବ। ଏହି ଦୁଇ ଭାରତୀୟ ବୋଲର୍‌ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୩୮ ଓଭରରେ ମାତ୍ର ୧୫୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦଳ ପକ୍ଷରୁ ଅଧିନାୟକ ୱିଲିମସନ୍‌ ସର୍ବାଧିକ ୬୪ ରନ୍‌ କରିଛନ୍ତି।

ଶାମି ୬ ଓଭର ବୋଲିଂ କରି ୧୯ ରନ୍‌ ବ୍ୟୟରେ ୩ଟି ୱିକେଟ୍‌ ନେଇଛନ୍ତି। ସେ ଦୁଇ ଓପ୍‌ନର ମାର୍ଟିନ୍‌ ଗପ୍ଟିଲ୍ ଏବଂ କଲିନ୍‌ ମନରୋ କ୍ଲିନ୍‌ ବୋଲ୍ଡ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ।

ଏହାପରେ କୁଲଦୀପଙ୍କ ଯାଦୁ ଦେଖିବାକୁ ମିଳିଥିଲା। ସେ ୧୦ ଓଭରରେ ୩୯ ରନ୍‌ ଦେଇ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ୟୁଜବେନ୍ଦର ଚହଲ ୨ଟି ଏବଂ କେଦାର ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ। ଭୁବନେଶ୍ୱର କୁମାର ଏବଂ ବିଜୟ ଶଙ୍କର ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ।



from Odisha Reporter http://bit.ly/2CCbVNU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages