‘ଅପରେସନ୍‌ ଲୋଟସ୍‌’ ନିଷ୍ଫଳ! କର୍ଣ୍ଣାଟକା ଫେରିଲେ କଂଗ୍ରେସ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

‘ଅପରେସନ୍‌ ଲୋଟସ୍‌’ ନିଷ୍ଫଳ! କର୍ଣ୍ଣାଟକା ଫେରିଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରଙ୍କୁ ଭୁଶୁଡ଼ାଇ କ୍ଷମତା ଦଖଲ କରିବାକୁ ବିଜେପି ଆରମ୍ଭ କରିଥିବା ଅପରେସନ୍‌ ଲୋଟସ୍‌ ନିଷ୍ଫଳ ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନର ହଟଚମଟ ପରେ ବିହ୍ରୋହୀ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଫେରିଛନ୍ତି। ସେହିପରି ସରକାର ଗଠନ ପାଇଁ ଗୁରୁଗ୍ରାମର ଏକ ପଞ୍ଚ ତାରକା ହୋଟେଲ୍‌ରେ ଡେରା ପକାଇଥିବା ୧୦୦ରୁ ଅଧିକ ବିଜେପି ବିଧାୟକ ମଧ୍ୟ ବେଙ୍ଗାଲୁରୁ ଫେରିଛନ୍ତି।

ବିଜେପିର ବିଧାୟକମାନେ ଏପରି ବେଙ୍ଗାଲୁରୁକୁ ଫେରିବା ପରେ କଂଗ୍ରେସ ବେଶ ଶାଣିତ ଢଙ୍ଗରେ ସେମାନଙ୍କୁ କଟାକ୍ଷ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, “ବିଜେପି ବିଧାୟକମାନେ ଛୁଟି କଟାଇ ଫେରିଲେ। ଏବେ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରନ୍ତୁ। ବିଜେପି ଯେଉଁ ଅପରେସନ୍‌ ଲୋଟସ୍‌ ପାଇଁ ଚକ୍ରାନ୍ତ କରୁଥିଲା। ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।”

କଂଗ୍ରେସ ଏଭଳି ଦମ୍ଭୋକ୍ତି କରିଥିଲେ ହେଁ ଏଯାଏ ଦଳ ଉପରୁ ସଂପୂର୍ଣ୍ଣ ଭାବେ ବିପଦ ଟଳି ନାହିଁ। ଏଥିପାଇଁ କଂଗ୍ରେସ ତରଫରୁ ଆସନ୍ତା ୧୯ରେ ବିଧାୟକ ଦଳ ବୈଠକ ଡକାଯାଇଛି। ଏଥିରେ କେଉଁମାନେ ଯୋଗ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପୂର୍ବରୁ କୁହାଯାଉଥିଲା ଯେ କଂଗ୍ରେସର ୪ରୁ ୫ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଛନ୍ତି। ଏମାନଙ୍କୁ ଦଳରୁ ଇସ୍ତଫା ଦେବାକୁ କହି କର୍ଣ୍ଣାଟକାରେ ପୁଣି ଅପରେସନ୍‌ ଲୋଟସ୍‌ ଜରିଆରେ କ୍ଷମତା ଦଖଲ କରିବାକୁ ଚାହୁଁଛି। କିନ୍ତୁ ଏହି ବିଧାୟକମାନେ ବେଙ୍ଗାଲୁରୁକୁ ଫେରିବା ପରେ ସବୁ ଆଶା ଆଶଙ୍କାରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ସେହିପରି ସମସ୍ତ ବିଜେପି ବିଧାୟକ ରାଜ୍ୟକୁ ଫେରିବା ପରେ ସରକାର ଭାଙ୍ଗିବ ନାହିଁକି କି ବିଜେପି ସରକାର ଗଠନ କରିପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ରାଜନୀତିରେ ସବୁକିଛି ସମ୍ଭବ ହୋଇଥିବା ଦୃଷ୍ଟିରୁ ଏ ସ୍ଥିତି ଯେ କେତେବେଳେ ଓଲଟିଯିବ ତାହା କହିବା ମୁସ୍କିଲ।



from Odisha Reporter http://bit.ly/2FEZcx1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages