ଗୋଲଡେନ୍‌ ବାବାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଗୋଲଡେନ୍‌ ବାବାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଂଜନ ବେଉରାଙ୍କ ୪୦ ଲକ୍ଷ ଟଙ୍କାର ଗୋଲଡ୍‌ ଲକର ଫ୍ରିଜ ହେବା ପରେ ୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଏଚଏଫ ଡିସି, ଆଇସିଆଇସିଆଇ ଓ ଆକ୍ସିସ୍ ବ୍ୟାଙ୍କରେ ୬ଟି ଏବଂ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କର ଗୋଟିଏ ଆକାଉଣ୍ଟକୁ ପୁଲିସ ଜବତ କରିଛି। ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଏହି ସବୁ ବ୍ୟାଙ୍କ ରହିଛି। ନିଜ ନାଁରେ ଓ ନିଜ ସଂସ୍ଥା ନାଁରେ ଏସବୁ ଆକାଉଣ୍ଟ ରହିଛି। ଏହା ବାଦ୍ ଗୋଲଡେନ ବାବାଙ୍କ ନାଁରେ ଆହୁରି ଆକାଉଣ୍ଟ ରହିଥିବା EOW ସନ୍ଦେହ କରୁଛି।

ସେପଟେ ଏଡିଜେ କୋର୍ଟ- ୨ରେ ଗୋଲଡେନ ବାବାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ ଏହାର ରାୟ ସଂରକ୍ଷିତ ରହିଛି। କୋଟି କୋଟି ଟଙ୍କାର ଅର୍ଥନୀତିକ ଠକେଇ ପଛରେ ଗୋଲଡେନ୍‌ ବାବାଙ୍କ ସହ ରାଜନେତାଙ୍କ ଭୂମିକା ରହିଛି କି? ସେମାନଙ୍କ ସହ କିଛି ଅର୍ଥ କାରବାର ହୋଇଛି କି? ଏସବୁ ଦିଗରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ।



from Odisha Reporter http://bit.ly/2TRtGQe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages