
ନୂଆଦିଲ୍ଲୀ: ଏଏଫ୍ସି ଏସିଆ କପ୍ରେ ବାହାରିନ୍ଠାରୁ ୧-୦ରେ ଗୋଲରେ ପରାସ୍ତ ହୋଇ ଭାରତୀୟ ଫୁଟ୍ବଲ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଏଭଳି ବିପର୍ଯ୍ୟୟ ଘଟିବା ପରେ ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ କନଷ୍ଟାଣ୍ଟାଇନ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ବାହାରିନ୍ ବିପକ୍ଷ ମ୍ୟାଚ୍ରେ ଅପେକ୍ଷାକୃତ ଦୁର୍ବଳ ଭାରତୀୟ ଦଳ ୯୦ ମିନିଟ୍ ଯାଏ ସ୍ଥିତି ୦-୦ରେ ବରାବର ରଖିଥିଲା। ତେବେ ଇଞ୍ଜୁରୀ ଟାଇମ୍ରେ ଭାରତର ଅଧିନାୟକ ପ୍ରଣୟ ହାଲଦାରଙ୍କ ଭୁଲ ଯୋଗୁ ବାହାରିନ୍କୁ ପେନାଲ୍ଟି ଶଟ୍ ମିଳିଥିଲା। ଯାହାକୁ ବାହାରିନ୍ ଗୋଲରେ ପରିଣତ କରି ନିଶ୍ଚିତ ଡ୍ର ମ୍ୟାଚ୍କୁ ୧-୦ରେ ଜିତି ନେଇଥିଲା।
ଆଜି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରି କନଷ୍ଟାଣ୍ଟାଇନ କହିଛନ୍ତି, “ମୁଁ ୪ ବର୍ଷ ହେଲାଣି ଦଳର କୋଚ ଭାବେ କାର୍ଯ୍ୟ କରୁଛି। ପ୍ରଥମ ଦିନରୁ ମୋ ଲକ୍ଷ୍ୟ ଥିଲା ଦଳକୁ ଏସିଆ କପ୍ର ଯୋଗ୍ୟତା ହାସଲ କରାଇବା।
ଆମେ ତାହା କରି ଏସିଆ କପ୍ ଖେଳିଥିଲୁ। ମୋ ଟିମ୍ର ଖେଳାଳିମାନେ ଯାହା ମୋତେ ଦେଇଛନ୍ତି ଏବଂ ଯେଉଁଭଳି ଖେଳ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ମୁଁ ଗର୍ବିତ। ମୁଁ ସର୍ବଭାରତୀୟ ଫୁଟବଲ ଫେଡେରେସନ୍(ଏଆଇଏଫ୍ଏଫ୍), କୁଶଲ ଦାସ,ଫ୍ରପୁଲ ଦାସ ଓ ଅଭିଷେକ ଯାଦବଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ମୋତେ ବହୁତ କିଛି ଦେଇଛନ୍ତି। ମୁଁ ଭାବୁଛି ମୋ କାମ ସରିଲା। ମୋତେ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତାହା ମୁଁ କରିଛି। ଏବେ ସମୟ ମତେ ବିଦାୟ ନେବାକୁ ଆହ୍ୱାନ ଦେଇଛି।”
୫୬ ବର୍ଷୀୟ କନଷ୍ଟାଣ୍ଟାଇନ ପୂର୍ବରୁ ୨୦୦୨ରୁ ୨୦୦୫ ଯାଏ ଭାରତୀୟ ଫୁଟବଲ ଟିମ୍ର କୋଚ ଥିଲେ। ଏହାପରେ ୨୦୧୫ରେ ତାଙ୍କୁ ପୁଣିଥରେ ଏହି ଦାୟିତ୍ୱ ଦିଆଯାଇଥିଲା। ତାଙ୍କ କୋଚିଂରେ ଦୀର୍ଘ ୮ ବର୍ଷ ପରେ ଭାରତ ଏସିଆ କପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା।
from Odisha Reporter http://bit.ly/2AGYKer
No comments:
Post a Comment