ସୂର୍ଯ୍ୟଙ୍କୁ ପ୍ରମାଣ ଦେବା ନୋହିଲା: ବାଟ ଓଗାଳିଲେ ସୁରକ୍ଷାକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ସୂର୍ଯ୍ୟଙ୍କୁ ପ୍ରମାଣ ଦେବା ନୋହିଲା: ବାଟ ଓଗାଳିଲେ ସୁରକ୍ଷାକର୍ମୀ

farmer

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମାଗିଥିବା ପ୍ରମାଣ ଦେବାକୁ ଆସି ସଚିବାଳୟରେ ଧସେଇ ପଶିବାକୁ ଚେଷ୍ଟା କରିବା ବେଳେ ବିଜେପି କୃଷକ ମୋର୍ଚ୍ଚା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏପରିକି କିଛି ବିଜେପି କୃଷକ ମୋର୍ଚ୍ଚାର କିଛି କର୍ମୀଙ୍କୁ ପୁଲିସ୍‌ ଗିରଫ କରିଛି।

ମଣ୍ଡିରେ ଚାଷୀଙ୍କୁ ଉଚିତ୍‌ ମୂଲ୍ୟ ମିଳୁ ନଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ବିଶେଷ କରି ବିଜେପି ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟର ଚାଷୀ ମଣ୍ଡିରେ ଶୋଷଣର ଶିକାର ହେଉଥିବା ଅଭିଯୋଗ  କରିଥିଲା। ବିଜେପିର ଏପରି ଅଭିଯୋଗକୁ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଖଣ୍ଡନ କରିବା ସହ ପ୍ରମାଣ ମାଗିଥିଲେ। ଏପରିକି ପ୍ରମାଣ ଦେଲେ ସେ ରାଜନୀତି ଛାଡ଼ି ଦେବେ ବୋଲି କହି ବିଜେପିକୁ ଚ୍ୟାଲେଞ୍ଜ କରିଥିଲେ।

ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଚାଷୀଙ୍କ ପ୍ରତି ଅପମାନ ବୋଲି ବିଜେପି କୃଷକ ମୋର୍ଚ୍ଚା କହିଥିଲା।

କିପରି ଚାଷୀମାନେ କମ୍ ଦାମ୍‌ରେ ଧାନ ବିକୁଛନ୍ତି, ତା’ର ପ୍ରମାଣ ଦେବାକୁ ବିଜେପି ମୋର୍ଚ୍ଚାର ଶତାଧିକ ଚାଷୀ ଆସିଥିବା ବେଳେ ସଚିବାଳୟ ଗେଟ ଆଗରେ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ଅନେକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୁଲିସ।

ଅନ୍ୟପକ୍ଷରେ ମଣ୍ଡିରେ ଠିକ୍‌ ଭାବେ ଧାନ କିଣା ଚାଲିଛି ବୋଲି ମନ୍ତ୍ରୀ ପାତ୍ର ଦାବି କରିଛନ୍ତି।



from Odisha Reporter http://bit.ly/2AP7vmC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages