ଧୋନି ଓ ଭୁବିଙ୍କ ରଣନୀତିରେ ଫସିଗଲେ ଫିଞ୍ଚ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଧୋନି ଓ ଭୁବିଙ୍କ ରଣନୀତିରେ ଫସିଗଲେ ଫିଞ୍ଚ, ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କୁ ଆଉଟ୍‌ କରିବା ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଭୁବନେଶ୍ୱର କୁମାର(ଭୁବି) ରଚିଥିବା ରଣନୀତି ସଫଳ ହୋଇଛି। ଫିଞ୍ଚ ବ୍ୟାଟିଂ କରିବା ବେଳେ ଭୁବି ତାଙ୍କୁ ଲାଇନ୍‌ ଏବଂ ଲେନ୍ଥ ଦ୍ୱାରା ଅଡ଼ୁଆରେ ପକାଇଥିଲେ। ତେବେ ଚତୁର ଫିଞ୍ଚ ନିଜର ରଣନୀତି ବଦଳାଇବା ସହ କ୍ରିଜ୍‌ରୁ ବାହାରେ ଭୁବିଙ୍କ ବଲ୍‌ର ସାମ୍ନା କରିଥିଲେ।

ଏହି ସମୟରେ ଧୋନି ଓ ଭୁବି ଏକ ରଣନୀତି ଆପଣାଇଥିଲେ। ପ୍ରଥମେ ଭୁବି ଅମ୍ପାୟାରଙ୍କ ପଛରୁ ଏବଂ କ୍ରିଜ୍‌ଠାରୁ ବହୁ ଦୂରରୁ ଏକ ବଲ୍‌ ପକାଇଥିଲେ। ଏହାକୁ ଫିଞ୍ଚ ନ ବୁଝି ଆଡ଼େଇ ଯାଇଥିଲେ। ଫଳରେ ବୋଲ୍ଡ ହୋଇଯାଇଥିଲେ। କିନ୍ତୁ ଅମ୍ପାୟାର ଏହାକୁ ଡେଡ୍‌ ବଲ୍‌ ବୋଲି ଘୋଷଣା କରିଥିଲେ। ପରେ ଏଭଳି ବୋଲିଂ କରିବାକୁ ଭୁବିଙ୍କୁ ଧୋନି କହିଥିବା ଦେଖିବାକୁ ମିଳିଥିଲା।

ତେବେ ଏଭଳି ମାଇଣ୍ତ ଗେମ୍‌ ଭାରତ ପାଇଁ କାମ ଦେଇଥିଲା। ଏହାର ପରବର୍ତ୍ତୀ ବଲ୍‌ରେ ଭୁବିଙ୍କ  ଏକ ଲିଗାଲ ବଲ୍‌ରେ ଫିଞ୍ଚ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ଧୋନି ଓ ଭୁବିଙ୍କ ସ୍ୱତନ୍ତ୍ର ରଣନୀତିରେ ଫିଞ୍ଚ ଶେଷରେ ଫସି ଯାଇ ପ୍ୟାଭିଲିୟନ୍‌ ଫେରିଥିଲେ।

ଦେଖନ୍ତୁ ଦୁଇଟି ଯାକ ଭିଡିଓ



from Odisha Reporter http://bit.ly/2HetZmG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages