ଯବାନଙ୍କୁ ମାଡ଼, ତାଙ୍କ ସ୍ତ୍ରୀଙ୍କୁ ଟଣାଓଟରା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଯବାନଙ୍କୁ ମାଡ଼, ତାଙ୍କ ସ୍ତ୍ରୀଙ୍କୁ ଟଣାଓଟରା!

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଛୁଟିରେ ଘରକୁ ଆସିଥିବା ବେଳେ ଜଣେ ଯବାନଙ୍କୁ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଏପରିକି ତାଙ୍କ ପତ୍ନୀଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ଗତ ୬ ତାରିଖରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପିମ୍ପଲ ଗାଁର ପ୍ରଦୀପ କୁମାର ଦାସ ସୁଭଦ୍ରାପୁରରେ ଜାଗା କିଣି ଏକ ନୂଆ ଘର ତିଆରି କରିଛନ୍ତି। ଗତ ୬ ତାରିଖରେ ଏହି ପକ୍କା ଘରେ ରଙ୍ଗ ଦିଆଯାଉଥିଲା। ଏହି ସମୟରେ ପଡ଼ୋଶୀ କୈଳାସ ତ୍ରିପାଠୀ ରଙ୍ଗ ଦେଉଥିବା ଶ୍ରମିକମାନଙ୍କୁ ମାଡ଼ ମାରିଥିଲେ। ପ୍ରଦୀପ ବିରୋଧ କରିବାରୁ କୌଳାସ ଓ ତାଙ୍କ ଘର ପାଖରେ ଥିବା ହୋଟେଲ୍‌ କର୍ମଚାରୀମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ସ୍ୱାମୀ ମାଡ଼ ଖାଉଥିବା ଦେଖି ସ୍ତ୍ରୀ ନମିତା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ ତାଙ୍କୁ ମଧ୍ୟ ମାଡ଼ ମରାଯିବା ସହିତ ତାଙ୍କ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ୱାମୀସ୍ତ୍ରୀ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଗତ ୬ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ୍ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାର ପ୍ରତିବାଦରେ ସ୍ୱାମୀସ୍ତ୍ରୀ ନୟାଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏସ୍‌ଡିପିଓ ନାରାୟଣ ବାରିକ କହିଛନ୍ତି, “ଯବାନ ପ୍ରଦୀପ ନିର୍ମାଣ କରିଥିବା ଘରର ଝରକା ପଡ଼ୋଶୀଙ୍କ ଜାଗାରେ ରହିଛି। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଉଭୟ ଉଭୟଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାର ତଦନ୍ତ ଚାଲିଛି। ସପ୍ତାହେ ମଧ୍ୟରେ ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯିବ।”



from Odisha Reporter http://bit.ly/2HsLSy6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages