ଘାରିଲା ‘କାଳିଆ’ ଭୟ: ବରିଷ୍ଠ ଓଏଏସଙ୍କୁ ଜିଲ୍ଲା ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଘାରିଲା ‘କାଳିଆ’ ଭୟ: ବରିଷ୍ଠ ଓଏଏସଙ୍କୁ ଜିଲ୍ଲା ଦାୟିତ୍ୱ

KALIA
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ତୁଷ୍ଟୀକରଣ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନା ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥା ପାଲଟିଛି। ‘କାଳିଆ’ ଯୋଜନାରେ ପଞ୍ଜିକରଣ ପାଇଁ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଭିତରେ ଚାଷୀଙ୍କୁ ନିର୍ବାଚନ ପୂର୍ବରୁ ଚାଷ ସହାୟତା ବାବଦ ୫ହଜାର ଟଙ୍କା ବାଣ୍ଟିବା ସରକାରଙ୍କ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଛି। ‘କାଳିଆ’ ଯୋଜନାରୁ ନିର୍ବାଚନୀ ଫାଇଦା ନେବାକୁ ଚାହିଁ ବସିଥିବା ବିଜେଡି ଏବେ ତୃଣମୂଳସ୍ତରରେ ସ୍ଥିତିକୁ ପରଖି ବରିଷ୍ଠ ଓଏଏସ ଅଫିସରମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ଅଫିସରମାନେ ଜିଲ୍ଲାରେ ଡେରା ପକାଇ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସହାୟତା ମିଳିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସୁନିଶ୍ଚିତ କରାଇବେ।
 
ରାଜ୍ୟ ସରକାରଙ୍କ ପକ୍ଷରୁ ‘କାଳିଆ’ ଯୋଜନାର ପରିଚାଳନା ନିମନ୍ତେ ବରିଷ୍ଠ ଓଏଏସ ଅଫିସରମାନଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ୨୮ଜଣ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ ହୋଇଛି। ବୌଦ୍ଧ ଓ ସୋନପୁର  ଏବଂ ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲା ଦାୟିତ୍ୱରେ ଜଣେ ଲେଖାଏ ଅଫିସର ରହିଛନ୍ତି। 
 
ଏହି ଅଫିସରମାନଙ୍କ ପାଇଁ କାଳିଆ ଯୋଜନାର ସଠିକ କାର୍ଯ୍ୟକାରିତା ନିମନ୍ତେ ଏକ ଓରିଏଣ୍ଟେସନ ଟ୍ରେନିଂ କାର୍ଯ୍ୟକ୍ରମ ଆସନ୍ତାକାଲି ଅନୁଷ୍ଠିତ ହେବ। କୃଷି ଭବନର ତୃତୀୟ ମହଲାର ସମ୍ମିଳନୀ କକ୍ଷରେ ଏହି ଅଫିସରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟ ଅନୁଷ୍ଠିତ ହେବ। ଏହାପରେ ସମ୍ପୃକ୍ତ ଅଫିସରମାନଙ୍କୁ ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ଓ ବ୍ୟାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ହିତାଧିକାରୀଙ୍କୁ ୫ହଜାର ଟଙ୍କାର ସହାୟତା ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ଦାୟିତ୍ୱ ନ୍ୟସ୍ତ ହେବ। 
 
ଏହା ବ୍ୟତୀତ ‘ପିଠା’ କାର୍ଯ୍ୟକ୍ରମରେ ‘କାଳିଆ’ ଯୋଜନାର ସୁଫଳ କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଜିଲ୍ଲାସ୍ତରର ନୋଡାଲ ଅଫିସରମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି। ଭୁବନେଶ୍ୱରରେ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଶେଷ ହୋଇଛି।
 
ବିରୋଧୀ ଦଳଗୁଡ଼ିକ ପକ୍ଷରୁ ‘କାଳିଆ’ ଯୋଜନାକୁ ନେଇ ନକାରାତ୍ମକ ପ୍ରଚାର ଓ ଚାଷୀ ସଂଗଠନଗୁଡ଼ିକର ଚାପ ଏବଂ ଗାଁ ଗହଳିରେ ପଞ୍ଜିକରଣକୁ ନେଇ ଲୋକଙ୍କ ମଧ୍ୟରେ ଛକାପଞ୍ଝା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ‘କାଳିଆ’ର ବିଫଳତା ବିଜେଡି ପାଇଁ ନିର୍ବାଚନରେ ବୁମେରାଂ ହେବାର ଆଶଙ୍କା ଥିବାରୁ ସରକାର ଆତଙ୍କିତ ହୋଇପଡ଼ିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ସମୟ ପାଖେଇ ଆସୁଥିବା ତଥା ଗାଇଡଲାଇନ ଆଧାରରେ ସଠିକ୍ ହିତାଧିକାରୀ ଚୟନ କରିବା ସମ୍ଭବପର ହୋଇ ନଥିବାରୁ ସରକାର ଯେନତେନ ପ୍ରକାରେ ‘କାଳିଆ’ ଯୋଜନାରେ ଚାଷୀଙ୍କ ନିକଟରେ ନିର୍ବାଚନ ପୂର୍ବରୁ ୫ହଜାର ଟଙ୍କା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି କାରଣରୁ ବରିଷ୍ଠ ଓଏଏସଙ୍କୁ ଏବେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।


from Odisha Reporter http://bit.ly/2RK9qmb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages