
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦି ଲିଷ୍ଟ୍ ଅଫ୍ ଦିଜ୍’ (THE LEAST OF THESE)ର ପୋଷ୍ଟର ରିଲିଜ୍ ହୋଇଛି। ଉଭୟ ଭାରତୀୟ ଓ ବିଦେଶୀ କଳାକାରଙ୍କୁ ନେଇ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୀଶ ଡାନିଏଲ୍। ଫେବୃଆରୀ ୧ ତାରିଖରେ ଆମେରିକାରେ ପରେ ଅଷ୍ଟ୍ରେଲିଆ ଓ ଭାରତରେ ଏହି ଫିଲ୍ମ ରିଲିଜ୍ ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଫିଲ୍ମର ଟ୍ରେଲର୍ ରିଲିଜ ହୋଇଥିଲା।
An incredible story of selfless commitment to help the poorest of the poor. Presenting the official poster of 'The Least of These' *ing @TheSharmanJoshi, @stephenbaldwin7 @sharirigby & directed by #AneeshDaniel. Releasing on 1st Feb in US & 1st March in India. Trailer out today! pic.twitter.com/eykb6fkyZf
— Skypass Entertainment (@SkypassE) January 29, 2019
ସୋଶାଲ ମିଡିଆରେ ଫିଲ୍ମର ପୋଷ୍ଟରକୁ ରିଲିଜ୍ କରିଛନ୍ତି ଫିଲ୍ମ ନିର୍ମାତା। ପୋଷ୍ଟରରେ ‘ଥ୍ରୀ-ଇଡିୟଟ୍ସ୍’ ଫେମ୍ ଶରମାନ ଯୋଶୀ ନଜର ଆସିଛନ୍ତି। ଶରମାନ ଯୋଶୀଙ୍କର ଏହା ପ୍ରଥମ ହଲିଉଡ୍ ଫିଲ୍ମ। ଭାରତୀୟ ନିର୍ଦ୍ଦେଶକ ଅନୀଶ ଡାନିଏଲ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ନରେ ଓଲିଉଡ୍ ଅଭିନେତା ମନୋଜ ମିଶ୍ରଙ୍କ ସହ ବଲିଉଡ୍ କଳାକାର ପ୍ରକାଶ ବେଲାୱାଡ଼ି ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଷ୍ଟେନ୍ସ ଦମ୍ପତ୍ତି ଭାବେ ନଜର ଆସିବେ ଷ୍ଟିଷ୍ଟିଫେନ୍ ବାଲ୍ଡଓ୍ୱିନ୍ ଓ ଶାରି ରିଗ୍ବି। ଶରମାନ ଯୋଶୀଙ୍କୁ ଏଥିରେ ଜଣେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ।
୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଗଲା ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳିଦେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ।
ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।
from Odisha Reporter http://bit.ly/2Sf51b8
No comments:
Post a Comment