ପାରିକରଙ୍କୁ ଅଟକାଇ ପାରିଲାନି ଅସୁସ୍ଥତା, ନାକରେ ଟ୍ୟୁବ୍‌ ଲଗାଇ କଲେ ବଜେଟ୍‌ ଉପସ୍ଥାପନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ପାରିକରଙ୍କୁ ଅଟକାଇ ପାରିଲାନି ଅସୁସ୍ଥତା, ନାକରେ ଟ୍ୟୁବ୍‌ ଲଗାଇ କଲେ ବଜେଟ୍‌ ଉପସ୍ଥାପନ

ପାଣାଜୀ: ପୁଣିଥରେ କର୍ତ୍ତବ୍ୟ ଆଗରେ ଅସୁସ୍ଥତା କିଛି ନୁହେଁ ବୋଲି ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି, ବରିଷ୍ଠ ବିଜେପି ନେତା ତଥା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର।

ସେ ଆଜି ବିଧାନସଭାରେ ଗୁରୁତର ଅସୁସ୍ଥ ସତ୍ତ୍ୱେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ୍‌ ଉପସ୍ଥାପନ ବେଳେ ପାରିକର ନାକରେ ଟ୍ୟୁବ୍‌ ଲଗାଇଥିଲେ। ଏଥିସହ ସେ କ୍ୟାପ୍‌ ପିନ୍ଧିବା ସହ ମଝିରେ ମଝିରେ ସେହି ଟ୍ୟୁବ୍‌ ବାଟେ ପାଣି ମଧ୍ୟ ପିଉଥିଲେ। ହେଲେ ସେ ବଜେଟ୍‌ ଉପସ୍ଥାନ କରିବା କାର୍ଯ୍ୟରୁ ଦୂରେଇ ଯାଇ ନଥିଲେ।

ଅବଶ୍ୟ ସେ ଏକ ଚେୟାରରେ ବସି ବଜେଟ୍‌ ଭାଷଣ ପଡ଼ିଥିଲେ। ତାଙ୍କୁ ସହଯୋଗ କରିବାକୁ ଦୁଇ ଜଣ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ପାରିକରଙ୍କ ଏଭଳି କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପରମ୍ପରା ଅନୁଯାୟୀ, ରାଜ୍ୟର ଅର୍ଥମନ୍ତ୍ରୀ ହିଁ ବଜେଟ୍‌ ଉପସ୍ଥାପନ କରନ୍ତି। ପାରିକର ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଅର୍ଥ ବିଭାଗକୁ ନିଜ ଅଧିନରେ ରଖିଛନ୍ତି। ତେଣୁ ନିୟମ ଅନୁଯାୟୀ, ସେ ଆଜି ବଜେଟ୍‌ ଉପସ୍ଥାପନ କରିଛନ୍ତି।

ପାନକ୍ରିୟଟିକ୍‌ ରୋଗରେ ପଡ଼ିଥିବା ପାରିକର ପାଖପାଖି ଏକ ବର୍ଷ ହେବ ଅସୁସ୍ଥ ରହିଛନ୍ତି। ସେ ଆମେରିକାରେ ମଧ୍ୟ ଚିକିତ୍ସିତ ହୋଇଥିଲେ। ଆମେରିକାରୁ ଫେରି ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା ପାରିକର ବାରମ୍ବାର ବିଭିନ୍ନ ସ୍ଥାନକୁ ଯାଇ ମୁଖ୍ୟମନ୍ତ୍ରୀ ହିସାବରେ ନିଜର ଦାୟତ୍ୱ ସମ୍ପାଦନ କରୁଛନ୍ତି। ପୂର୍ବରୁ ନାକରେ ପାଇପ ଲଗାଇ ସେ ସଚିବାଳୟ ଯାଇଥିଲେ। ଏହାପୂର୍ବରୁ ଏକ ନିର୍ମାଣଧୀନ ପ୍ରକଳ୍ପର ସମୀକ୍ଷା କରିବାକୁ ମଧ୍ୟ ଯାଇଥିଲେ।



from Odisha Reporter http://bit.ly/2HCFggQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages