ଅଲ୍‌ ଆଉଟ୍ ହୋଇଗଲା ଅଷ୍ଟ୍ରେଲିଆ, ଫଲୋ-ଅନ୍ ଦେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଅଲ୍‌ ଆଉଟ୍ ହୋଇଗଲା ଅଷ୍ଟ୍ରେଲିଆ, ଫଲୋ-ଅନ୍ ଦେଲା ଭାରତ

cricket

ସିଡ୍‌ନୀ: ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଭାରତ ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୬୨୨ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ତେବେ ଅଷ୍ଟ୍ରେଲିଆ ଏହାର ଅଧାରୁ କମ୍‌ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି ଓ ଭାରତ ୩୨୨ ରନ୍‌ର ଅଗ୍ରଣୀ ଲାଭ କରିଛି। ଏହା ସହିତ ଭାରତ ଘରୋଇ ଟିମ୍‌କୁ ଫଲୋ-ଅନ୍‌ ଦେଇଛି। ଫଳରେ ସେମାନେ ପୁଣି ଥରେ ବ୍ୟାଟିଂ ଆରମ୍ଭ କରିଛନ୍ତି।

ଆଜି ଭଳି ଗତକାଲି ବି ଏହି ମ୍ୟାଚ୍‌ରେ ବାଧା ସାଜିଥିଲା। ଗତକାଲି ତୃତୀୟ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୨୩୬ ରନ୍ କରିଥିଲା। ପିଟର ହ୍ୟାଣ୍ଡସ୍କମ୍ବ ୨୮ ଓ ପ୍ୟାଟ୍ କମିନ୍‌ସ ୨୫ ରନ୍ କରି ଅପରାଜିତ ଥିଲେ।

ଆଜି ଏହି ଦୁଇ ଖେଳାଳି ଦଳର ଅସମାପ୍ତ ଇନିଂସ୍‌କୁ ଆଗେଇ ନେଇଥିଲେ। ତେବେ ଗତକାଲି ୨୫ ରନ୍ କରିଥିବା ପ୍ୟାଟ୍‌ କମିନ୍‌ସ ଆଜି ଆଉ ଗୋଟିଏ ବି ରନ୍ କରିପାରି ନଥିଲେ। ତାଙ୍କୁ ମହମ୍ମଦ ଶାମି ବୋଲ୍ଡ କରି ଦେଇଥିଲେ। ଅନ୍ୟପକ୍ଷରେ ପିଟର ହ୍ୟାଣ୍ଡସ୍କମ୍ବ ଆଉ ୯ ରନ୍ ଯୋଡ଼ି ଅର୍ଥାତ୍ ୩୭ ରନ୍ କରି ଯଶପ୍ରୀତ୍ ବୁମ୍ରାଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ।

ନେଥନ ଲିଅନ (୦) ଓ ଜୋଶ୍ ହେଜେଲ୍‌ ଉଡ୍‌ (୨୧)ଙ୍କୁ ଚାଇନାମ୍ୟାନ୍‌ କୁଲ୍‌ଦୀପ ଯାଦବ ଏଲ୍‌ବିଡବ୍ଳ୍ୟୁ କରି ଦେଇଥିଲେ। ମିଚେଲ୍ ଷ୍ଟାର୍କ ୨୯ ରନ୍ କରି ନଟ୍‌ ଆଉଟ୍ ରହିଥିଲେ।

ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି, ରବୀନ୍ଦ୍ର ଜାଡେଜା ୨ଟି ଓ ଯଶପ୍ରୀତ୍ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ।

ଶେଷ ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନ ହରାଇ ୬ ରନ୍ ସଂଗ୍ରହ କରିଛି।



from Odisha Reporter http://bit.ly/2F9RuLS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages