ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲାଗିବାରେ ବିଳମ୍ବକୁ ନେଇ ଉଠିଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲାଗିବାରେ ବିଳମ୍ବକୁ ନେଇ ଉଠିଲା ପ୍ରଶ୍ନ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲାଗିବାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଷ୍ପତ୍ତି ହେବାପରେ ମଧ୍ୟ ଆଜିଯାଏ ଏହା କାର୍ଯ୍ୟକାରୀ ହୋଇନଥିବା କାରଣରୁ ଶ୍ରଦ୍ଧାଳୁମାନେ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଅନନ୍ଦ ବଜାର ସଂସ୍କାର କରାଯିବା ସହ ଦର ତାଲିକା ଲାଗିବା ପାଇଁ ଭକ୍ତମାନେ ଦାବୀ କରିଛନ୍ତି।

ଅନ୍ୟପକ୍ଷରେ ଗତକାଲି ସୁଆର ମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସେମାନଙ୍କୁ ଦର ନିର୍ଦ୍ଧାରଣ କରି ତାଲିକା ଦିଆଯାଇଛି। ତେବେ ଏହା ଉପରେ ତର୍ଜମା ପରେ ପରିଚାଳନା କମିଟି ବୈଠକରେ ମୋହର ଲଗାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସୁଆର ମହାସୁଆର ନିଯୋଗ ପକ୍ଷରୁ ୨ରୁ ୩ଦିନ ଭିତରେ ତର୍ଜମା ପରେ ଶ୍ରୀମନ୍ଦିର ପ୍ରଶାସକକୁ ଜଣାଯିବ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି।



from Odisha Reporter http://bit.ly/2CShvfc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages