କାଲି ଓଡ଼ିଶା ଆସିବେ କେଜରିୱାଲ, କିନ୍ତୁ ନବୀନଙ୍କୁ ଭେଟିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

କାଲି ଓଡ଼ିଶା ଆସିବେ କେଜରିୱାଲ, କିନ୍ତୁ ନବୀନଙ୍କୁ ଭେଟିବେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦମୀ ପାର୍ଟି’ର ମୁଖ୍ୟ ଅରବିନ୍ଦ କେଜରିୱାଲ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ହେବାପରେ କେଜରିୱାଲ ପ୍ରଥମଥର ଓଡ଼ିଶା ଗସ୍ତରେ ଆସୁଛନ୍ତି। କିନ୍ତୁ ତାଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନଥିବା ଜଣାପଡ଼ିଛି।

କେଜରିୱାଲ ‘ସାମାଜିକ ନ୍ୟାୟ ଅଭିଯାନ’ ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ନିଲମ୍ବିତ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶେଷକରି ଦଳିତ ଓ ପଛୁଆ ବର୍ଗର ଲୋକମାନେ ଏକଜୁଟ ହେବେ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀକାନ୍ତ ଓ ଶଗରିଆ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

ସୂଚନା ଅନୁସାରେ, କେଜରିୱାଲ ଆସନ୍ତାକାଲି ସକାଳ ୧୦ଟା ୩୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଦଳ (ଆମ୍ ଆଦମୀ ପାର୍ଟି) ପକ୍ଷରୁ ଏକ ବାଇକ୍ ର‌୍ୟାଲିରେ ତାଙ୍କୁ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ନିଆଯିବ। ସେଠାରେ ଦଳର ପଦାଧିକାରୀ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଭେଟିବା ପରେ ଦିନ ସାଢ଼େ ୧ଟାରେ ଲୋୟର ପିଏମଜିରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ।

ସେଠାରେ ଧାରଣାରେ ବସିଥିବା ‘ନବନିର୍ମାଣ କୃଷକ ସଂଗଠନ’ର କର୍ମକର୍ତ୍ତାଙ୍କୁ ଭେଟିବା ପରେ ଦଳର ରାଜ୍ୟ କାର୍ଯ୍ୟାଳୟକୁ ବୁଲିଯିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ।

ଶ୍ରୀ କେଜରିୱାଲ ତାଙ୍କର ଏହି ଭୁବନେଶ୍ୱର ଗସ୍ତ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ପୂର୍ବତନ ବିଧାୟକ ଶ୍ରୀ ଶଗରିଆ ସ୍ପଷ୍ଟ କରିଛନ୍ତି।



from Odisha Reporter http://bit.ly/2RrBk29

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages