ଭାବବିହ୍ୱଳ ହୋଇ ମନୋଜ କହିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ଭାବବିହ୍ୱଳ ହୋଇ ମନୋଜ କହିଲେ…

manoj

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ କହିଲେ “ମୁଁ ଏବେ ବହୁତ ଖୁସି”। ହେଲା ହଠାତ୍‌ ଏମିତି କାହିଁକି କହିଲେ ଜାଣିଛନ୍ତି ?

ତାଙ୍କ କାମରେ ଏବେ ସରକାରରଙ୍କ ମୋହର ଲାଗିଗଲା ପରା।

ଥରେ ଭାବିଲେ ଦେଖି ଆପଣ ଯଦି କୌଣସି କାମ କରୁଥିବେ, ଆଉ ତାକୁ ସମସ୍ତେ ପସନ୍ଦ କରୁଥିବେ ଆଉ ସେଥିପାଇଁ ସରକାର ଆପଣଙ୍କୁ ସମ୍ମାନିତ କରନ୍ତି, ତା ହେଲେ କେମିତି ଲାଗିବ ?

ନିଶ୍ଚିତ ଆପଣ ଖୁସି ହୋଇଯିବେ।

ବାସ୍‌, ସେମିତି କିଛି ଘଟିଛି ଅଭିନେତା ମନୋଜ ବଜାପେୟୀଙ୍କ କ୍ଷେତ୍ରରେ। ମନୋଜଙ୍କୁ ମିଳିଛି ପଦ୍ମଶ୍ରୀ। ତାଙ୍କୁ ଏହି ସମ୍ମାନ ମିଳିବା ପରେ ସେ ଖୁବ୍‌ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି। ମନୋଜଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ ହେବାର ଗୋଟିଏ ଦିନ ପରେ ଶନିବାର ନିଜର ଅନୁଭୂତି ଶେଆର କରିଛନ୍ତି ବାଜେପୟୀ।

ସେ କହିଛନ୍ତି, ଫିଲ୍ମ କ୍ଷେତ୍ରରେ କାମ କରୁଥିବା ଯେ କୌଣସି ଲୋକଙ୍କ ପାଇଁ ଏହା ଏକ ବଡ଼ ସମ୍ମାନ ବା ଗୌରବର କଥା । କାରଣ ଏହି ସମ୍ମାନ କୌଣସି ଖାସ୍‌ ଫିଲ୍ମ ପ୍ରଦର୍ଶନ ପାଇଁ ନୁହେଁ। ଏହା ମୋର ଏବେ ପର୍ଯ୍ୟନ୍ତର ଫିଲ୍ମ ଯାତ୍ରାକୁ ନେଇ ପରିଶ୍ରମର ଫଳ। ଏହା ଛଡ଼ା ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏହି ସମ୍ମାନ ଗୋଟିଏ ପକ୍ଷରେ ସିନେମାରେ ଯୋଗଦାନ ଉପରେ ମୋହର ଲାଗିବା ଭଳି। ସେଥିପାଇଁ ମୁଁ ଖୁବ୍‌ ଖୁସି।

ମୋ ପରିବାର, ବନ୍ଧୁ ପରିଜନ, ଓ ପ୍ରଶଂସକ ମୋତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ମୁଁ ଖୁସି ଯେ, ମୋ କାମକୁ ସରକାରଙ୍କ ମାନ୍ୟତା ମିଳିଛି। ଆଉ ଏହି ପୁରସ୍କାର ସେହି ଲୋକମାନଙ୍କ ପାଇଁ ଯିଏ ମୋ ଦକ୍ଷତା ଉପରେ ଭରସା କରିଛନ୍ତି। ମୁଁ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି।’’

ମନୋଜ ବାଜପେୟୀ ତାଙ୍କ ଆଗାମୀ ଫିଲ୍ମ ‘ସୋନେ ଚିରିୟାରେ ’ନଜର ଆସିବେ। ଫିଲ୍ମଟି ମାର୍ଚ୍ଚରେ ରିଲିଜ୍‌ ହେବ। ଫିଲ୍ମଟି ୧୯୭୦ରେ ଡକାୟତିଙ୍କ ଦ୍ୱାରା ନିୟନ୍ତ୍ରିତ ଗୋଟିଏ ଛୋଟ ସହର ଉପରେ ଆଧାରିତ। ଫିଲ୍ମରେ ମାନ ସିଂହ ଗ୍ୟାଙ୍ଗ୍‌ର କାହାଣୀ ଦେଖିବାକୁ ମିଳିଛି। ମନୋଜ ବାଜ୍‌ପେୟୀଙ୍କୁ ବି ଏଥିରେ ଜୋର୍‌ଦାର୍‌ ଡାଏଲଗ୍‌ କହୁଥିବା ଦେଖିବାକୁ ମିଳିବ।

ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ଚୌବେ। ଫିଲ୍ମରେ ଡକାୟତିଗୁଡିକର ଝଲକ ଦେଖିବାକୁ ମିଳିବ।



from Odisha Reporter http://bit.ly/2FQThGb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages