ଟ୍ରେନ୍‌ ୧୮ର ନାଁ ରହିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ଟ୍ରେନ୍‌ ୧୮ର ନାଁ ରହିବ ‘ବନ୍ଦେ ଭାରତ ଏକ୍ସପ୍ରେସ’

ନୂଆଦିଲ୍ଲୀ: ଦେଶର ପ୍ରଥମ ଇଞ୍ଜିନ୍‌ବିହୀନ୍‌ ଟ୍ରେନ୍‌ ୧୮ର ନାଁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ରହିବ। ଆଜି ଏ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଛନ୍ତି। ଏହି ଟ୍ରେନ୍‌ଟି ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଚଳାଚଳ କରିବ ଏବଂ ଏହାର ବେଗ ଘଣ୍ଟାକୁ ୧୬୦ କିମି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ଶୀଘ୍ର ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି।

୧୬ଟି କୋଚ୍‌ ଥିବା ଏହି ଟ୍ରେନ୍‌କୁ ଚେନ୍ନାଇ ସ୍ଥିତ ରେଳବାଇ କାରଖାନାରେ ୧୮ ମାସ ମଧ୍ୟରେ ନିର୍ମାଣ କରାଯାଇଛି। ଏଥିପାଇଁ ପ୍ରାୟ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ରେଳ ଧାରଣାରେ ଦୌଡ଼ୁଥିବା ଶତାବ୍ବୀ ଏକ୍ସପ୍ରେସର ଏହା ଉତ୍ତରାଧିକାରୀ ବୋଲି କୁହାଯାଉଛି।

ଶ୍ରୀ ଗୋଏଲ କହିଛନ୍ତି, “ ଟ୍ରେନ୍‌ ୧୮କୁ ଭାରତୀୟ ରେଳବାଇ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଭାବେ ନାମିତ କରିଛି। ଏହାକୁ ଭାରତରେ ଏବଂ ଭାରତୀୟ ଇଞ୍ଜିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ବିଶ୍ୱସ୍ତରୀୟ ମାନର ଟ୍ରେନ୍‌ ନିର୍ମାଣ କରିବାରେ ଭାରତ ସରକାର ସମର୍ଥ ହୋଇଛନ୍ତି। ଏହା ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏହା ଦୁଇଟି ଷ୍ଟେସନ, କାନପୁର ଓ ପ୍ରୟାଗରାଜ (ଆହ୍ଲାବାଦ)ରେ ରହିବ। ଏଥିରେ ଦୁଇଟି ଏକଜିକ୍ୟୁଟିଭ୍‌ ଚେୟାର କାର’ ବଗି ରହିଛି।”



from Odisha Reporter http://bit.ly/2G78an7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages