ଆଲୋକ ବର୍ମାଙ୍କ ଟିମ୍‌ର ଅଫିସର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଆଲୋକ ବର୍ମାଙ୍କ ଟିମ୍‌ର ଅଫିସର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହୋଇଥିବା ଆଲୋକ ବର୍ମାଙ୍କ ଟିମ୍‌ର ଦୁଇ ଅଫିସର ଡିଏସ୍‌ପି ଏକେ ଗୁପ୍ତା ଓ ଏକେ ବସି ନିଜର ବଦଳି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଉଭୟଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ ଏମ୍‌ ନାଗରେଶ୍ୱର ରାଓ ବଦଳି କରିଥିଲେ। ତେବେ ସୁପ୍ରିମକୋର୍ଟ ନାଗେଶ୍ୱର ରାଓଙ୍କୁ କୌଣସି ନୀତିଗତ ନିଷ୍ପତ୍ତି ନେବାକୁ ବାରଣ କରିଥିଲେ ହେଁ ସେ ଏଭଳି ବଦଳି ଆଦେଶ ଦେଇଥିବାରୁ ଉଭୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ନାଗେଶ୍ୱର ରାଓ ଅଦାଲତ ଅବମାନନା କରିଛନ୍ତି ବୋଲି ଉଭୟ ଅଫିସର ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍‌ ପ୍ୟାନେଲ୍‌ ଶ୍ରୀ ବର୍ମାଙ୍କୁ ବିଦା କରିବା ପରେ ଏମ୍‌ ନାଗେଶ୍ୱର ରାଓ ଅନ୍ତରୀଣ ମୁଖ୍ୟ ହୋଇଥିଲେ। ଏହାପରେ ଅର୍ଥାତ ଜାନୁଆରୀ ୧୧ରେ ଏମ୍‌ ନାଗେଶ୍ୱର ରାଓ ବର୍ମାଙ୍କ ନିକଟତର ଥିବା ଅଫିସରଙ୍କ ବଦଳି ନିର୍ଦ୍ଦେଶ ଦେଇଥିଲେ।



from Odisha Reporter http://bit.ly/2Fm10f3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages