ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଚାଲ୍‌ ଖେଳିଛନ୍ତି। ମହିଳାଙ୍କ ଭୋଟ୍‌ ହାତେଇବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇଛନ୍ତି। ଏପରିକି ଅଙ୍ଗନବାଡ଼ି କର୍ମୀଙ୍କ ବୟସ ସୀମାକୁ ମଧ୍ୟ ବଢ଼ାଇଛନ୍ତି।

ନିଷ୍ପତ୍ତି ଅନୁସାରେ ଏଣିକି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦କୁ ବୃଦ୍ଧି କରାଯାଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫କୁ ଓ ଅଙ୍ଗନବାଡ଼ି ହେଲ୍‌ପରଙ୍କ ଦରମା ୩ ହଜାରରୁ ୩୭୫୦କୁ ବଢ଼ାଯାଇଛି। ଏହାଛଡ଼ା ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ହେଲ୍‌ପର୍‌ଙ୍କୁ ୧୫ ଦିନ ଖରାଛୁଟି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅବସର ପରେ ଅଙ୍ଗନବାଡ଼ି କର୍ମୀ ଓ ହେଲ୍‌ପର୍‌ଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ।

ଅଙ୍ଗନବାଡ଼ି କର୍ମୀଙ୍କୁ ୨୦ ହଜାର ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ୧୫, ହେଲ୍‌ପର୍‌ଙ୍କୁ ୧୦ ହଜାର ସହାୟତା ଦିଆଯିବ। ସୁପରଭାଇଜରର ୫୦% ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରୁ ବଛାଯିବ।



from Odisha Reporter http://bit.ly/2FwSFEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages