ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ନଦେବା ଏକ ଧୋକା : ଦିଲ୍ଲୀପ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ନଦେବା ଏକ ଧୋକା : ଦିଲ୍ଲୀପ ରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଓଡ଼ିଶାବାସୀଙ୍କ ପ୍ରତି ଏକ ବଡ଼ ଧୋକା ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କହିଛନ୍ତି।

ଏକ ପ୍ରେସ୍ ରିଲିଜରେ ଶ୍ରୀ ରାୟ କହିଛନ୍ତି ଯେ, ଦେଶ ତଥା ରାଜ୍ୟ ପାଇଁ ସ୍ୱାଧୀନତା ଆନ୍ଦୋଳନ ସମୟରୁ ଶେଷନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିଥିବା ବେଳେ କେନ୍ଦ୍ର ସରକାର ତାକୁ ସ୍ୱୀକାର ନକରି ହୀନମନ୍ୟତାର ପରିଚୟ ଦେଇଛନ୍ତି।

ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପ୍ରସଙ୍ଗରେ ସେ ନିଜେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଓଡ଼ିଶାବାସୀଙ୍କ ଦାବି ଜଣାଇଥିଲେ। ଠିକଣା ସମୟରେ ଠିକଣା ଘୋଷଣା କରାଯିବ ବୋଲି ଶ୍ରୀ ମୋଦି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ମୋଦିଙ୍କ ସରକାରର ଶେଷ ବର୍ଷରେ ବି ଏହି ପ୍ରତିଶ୍ରୁତି ପାଳିତ ହୋଇନାହିଁ ।

ରାଉରକେଲାର ଆଇଜିଏଚ୍କୁ ମେଡ଼ିକାଲ କଲେଜ ହସ୍ପିଟାଲରେ ପରିଣତ କରିବା ଓ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସମେତ ପ୍ରଧାନମନ୍ତ୍ରୀଙ୍କ ଅନେକ ପ୍ରତିଶ୍ରୁତି ଯେପରି ମରୀଚିକା ହୋଇ ରହିଯାଇଛି ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନରେ ଭୂଷିତ କରିବା ଲାଗି ମିଳିଥିବା ପ୍ରତିଶ୍ରୁତି ମଧ୍ୟ ସେହିପରି ମିଳେଇ ଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି। ଯେଉଁମାନେ ଏ କ୍ଷେତ୍ରରେ ବାଧକ ହୋଇଛନ୍ତି ସେମାନଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ। କେବଳ ଓଡ଼ିଶାର ବିକାଶ ନୁହେଁ, ଦେଶର ସ୍ୱାଧୀନତା ଆନ୍ଦୋଳନ, ଜାତୀୟ ରାଜନୀତି, ରାଷ୍ଟ୍ରୀୟ ସ୍ୱାର୍ଥରକ୍ଷା ପ୍ରସଙ୍ଗରେ ବିଜୁବାବୁଙ୍କ ଅବଦାନ କିମ୍ବଦନ୍ତୀ ହୋଇ ରହିବ। ଭାରତରତ୍ନ ମିଳୁ କି ନମିଳୁ, ବିଜୁବାବୁ କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ସବୁଦିନ ପାଇଁ ରହିଥିବେ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2UiTXqR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages