ପ୍ରଥମ ଦିନରେ ଏତିକି କୋଟିର ବିଜ୍‌ନେସ୍‌ କଲା ‘ମଣିକର୍ଣ୍ଣିକା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ପ୍ରଥମ ଦିନରେ ଏତିକି କୋଟିର ବିଜ୍‌ନେସ୍‌ କଲା ‘ମଣିକର୍ଣ୍ଣିକା’

ମୁମ୍ବାଇ: କଙ୍ଗନା ରାନାୱତ୍‌ ଅଭିନୀତ ତଥା ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଅର୍ଥାତ୍‌ ୨୫ ଜାନୁଆରୀରେ ରିଲିଜ୍‌ ହୋଇଛି।

ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ୍‌ର ସ୍ପେଶାଲ୍‌ ସ୍କ୍ରିନିଂ ରଖାଯାଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ ଏବଂ ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡଭାନୀ ଉପସ୍ଥିତ ଥିଲେ।

କର୍‌ନି ସେନାର ବିରୋଧ ଯୋଗୁ ଏହି ଫିଲ୍ମ ଚର୍ଚ୍ଚାରେ ଥିଲା ଏବଂ ଏହାର ରିଲିଜ୍‌କୁ ଦର୍ଶକ ଖୁବ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ତେବେ ଆଶାନୁସାରେ ନ ହେଲେ ବି ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଛି।

ଫିଲ୍ମର କିଛି ସିନ୍‌ ଉପରେ କର୍‌ନି ସେନାର ଆପତ୍ତି, ଏହାକୁ ନେଇ ବିରୋଧ ଏବଂ କରନି ସେନାକୁ କଙ୍ଗନାଙ୍କ ପ୍ରତିଜବାବ ଯୋଗୁ ରିଲିଜ୍‌ ପୂର୍ବରୁ ହିଁ ‘ମଣିକର୍ଣ୍ଣକା’କୁ  ଖୁବ୍‌ ପବ୍ଲିସିଟି ମିଳିସାରିଥିଲା। ତେଣୁ ସମସ୍ତଙ୍କ ନଜର ଏହାର ପ୍ରଥମ ଦିନର କଲେକ୍ସନ୍ ଉପରେ ଥିଲା।

‘ମଣିକର୍ଣ୍ଣିକା’କୁ ଦେଶର ୩ ହଜାର ସ୍କ୍ରିନ୍‌ରେ ଏକକାଳୀନ ରିଲିଜ୍‌ କରାଯାଇଛି। ଏହା ବ୍ୟତୀତ ଏହି ଫିଲ୍ମ ବିଦେଶରେ ମଧ୍ୟ ୭୦୦ ସ୍କ୍ରିନ୍‌ରେ ଲଞ୍ଚ୍‌ ହୋଇଛି। ପ୍ରାୟ ୧୨୫ କୋଟି ବଜେଟ୍‌ର ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନ ୧୩ରୁ ୧୫ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଫିଲ୍ମଟି ପ୍ରଥମ ଦିନରେ ପାଖାପାଖି ୯ କୋଟି ଟଙ୍କାର ବିଜ୍‌ନେସ କରିଛି। ଆଶା କାରାଯାଉଛି ଯେ ଗଣତନ୍ତ୍ର ଦିବସର ଛୁଟିରେ ଫିଲ୍ମଟି ଭଲ ଆୟ କରିବ।

ତେବେ ଫିଲ୍ମରେ କଙ୍ଗନାଙ୍କ ଅଭିନୟକୁ ଲୋକେ ତାରିଫ୍‌ କରିଛନ୍ତି। କିନ୍ତୁ କାହାଣୀକୁ ନେଇ ରିଆକ୍ସନ୍‌ ମିଶ୍ର ରହିଛି। କଙ୍ଗନାଙ୍କ ଅଭିନୟକୁ ଦେଖି କିଛି ପ୍ରଶଂସକ ତାଙ୍କୁ ତୃତୀୟ ଥର ପାଇଁ ଜତୀୟ ସମ୍ମାନ ଦେବାକୁ ଯୁକ୍ତି ବାଢ଼ିଛନ୍ତି। ଏହା ପୂର୍ବରୁ ଫିଲ୍ମ ‘କୁଇନ୍’ ଓ ‘ତନୁ ୱେଡ୍ସ ମନୁ ରିଟର୍ନ୍ସ’ ପାଇଁ କଙ୍ଗନାଙ୍କୁ ଜାତୀୟ ପୁରସ୍କାର ମିଳି ସାରିଛି।



from Odisha Reporter http://bit.ly/2DBJfWZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages