ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରଘବୀର ସିଂହ ଭୋଲା ଆଉ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରଘବୀର ସିଂହ ଭୋଲା ଆଉ ନାହାନ୍ତି

raghbir-bhola

ନୂଆଦିଲ୍ଲୀ: ଭାରତକୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଦେଇଥିବା ହକି ଖେଳାଳି ରଘବୀର ସିଂହ ଭୋଲାଙ୍କ ପରଲୋକ ଘଟିଛି। ସୋମବାର ତାଙ୍କ ପରଲୋକ ହୋଇଥିଲା। ଗତକାଲି ତାଙ୍କ ପରିବାର ଲୋକେ ଏ ନେଇ ସୂଚନା ଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।   ସେ ୧୯୫୬ରେ ମେଲବର୍ଣ୍ଣ ଓ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍‌ରେ ସାମିଲ ହୋଇଥିଲେ। ଏ ଦୁଇ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଯଥାକ୍ରମେ  ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲା।

ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଟ୍ୱିଟ୍‌ କରି ଭୋଲାଙ୍କ ପରଲୋକରେ ଶୋକ ପ୍ରକାଶ କରିଛି। ଆଇଓଏ ପକ୍ଷରୁ ଲେଖାଯାଇଛି, “ଆଇଓଏ କିମ୍ବଦନ୍ତୀ ହକି ଖେଳାଳି ଆରଏସ୍‌ ଭୋଳାଙ୍କ ପରଲୋକରେ ଶୋକ ପ୍ରକାଶ କରୁଛି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ଓ ଅର୍ଜୁନ ପୁରସ୍କାରରେ ସମ୍ମାନିତ ଆରଏସ୍‌ ଭୋଲା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବନ୍ଧୁ ପରିଜନଙ୍କୁ ଆମେ ସମବେଦନା ଜଣାଉଛୁ।”

ଅନ୍ତଃରାଷ୍ଟ୍ରୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ମୁଖ୍ୟ ଓ ଆଇଓଏ ଅଧ୍ୟକ୍ଷ ନରିନ୍ଦର ବତ୍ରା ସ୍ୱର୍ଗତ ଭୋଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି, “ଗ୍ରୁପ୍‌ କ୍ୟାପ୍‌ଟେନ୍‌ (ଅବସରପ୍ରାପ୍ତ) ରଘବୀର ସିଂହ ଭୋଳାଙ୍କ ପରଲୋକ ଖବର ମୋତେ ସ୍ତବ୍ଧ କରିଛି। ମୁଁ ତାଙ୍କ ଆତ୍ମାର ଶାନ୍ତି ପ୍ରାର୍ଥନା କରୁଛି। ତାଙ୍କ ପରିବାର ଓ ପୂରା ହକି ଜଗତ ପ୍ରତି ମୋର ସମବେଦନା ଜଣାଉଛି।”

ସେ ଆହୁରି କହିଛନ୍ତି, “ଖେଳାଳି, ଅମ୍ପାୟର ଓ ଟିମ୍‌ ମ୍ୟାନେଜର୍‌ ଭାବେ ହକି ପ୍ରତି ତାଙ୍କର ବହୁ ଯୋଗଦାନ ଦେଇଛନ୍ତି।”

ଖେଳରୁ ଅବସର ନେବା ପରେ ଭୋଲା ଆଇଏଚ୍‌ଏଫ୍‌ ଚୟନ ସମିତିର ସଦସ୍ୟ ଥିଲେ। ସେ ଏଫ୍‌ଆଇଏଚ୍‌ର ଅନ୍ତରାଷ୍ଟ୍ରୀୟ ଅମ୍ପାୟର, ଭାରତୀୟ ହକି ଟିମ୍‌ର ମ୍ୟାନେଜର୍‌, ଟିଭି କମେଣ୍ଟେଟର ଓ ଅଲିମ୍ପିକ୍ସ ଖେଳର ସରକାରୀ ପର୍ଯ୍ୟବେକ୍ଷକ ଭାବେ ନିଜ ପାରଦର୍ଶିତା ଦେଖାଇଥିଲେ।

 



from Odisha Reporter http://bit.ly/2Du6imG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages