ବିରାଟ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଏମିତି ପୂର୍ଣ୍ଣଚ୍ଛେଦ ଟାଣିଲେ ସୋଫିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ବିରାଟ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଏମିତି ପୂର୍ଣ୍ଣଚ୍ଛେଦ ଟାଣିଲେ ସୋଫିଆ

ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ୍‌ ସୋଫିଆ ହାୟତ୍‌ ସବୁବେଳେ ବିବାଦୀୟ କଥା କହି ଚର୍ଚ୍ଚାରେ ରହିବାକୁ ଭଲ ପା’ନ୍ତି। ନିକଟରେ ଟିମ୍ ଇଣ୍ଡିଆର ଷ୍ଟାର୍‌ ବ୍ୟାଟ୍‌ସମ୍ୟାନ୍‌ ରୋହିତ୍‌ ଶର୍ମାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୋଫିଆ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏବେ କିନ୍ତୁ ସେ ଏପରି କିଛି କଥା କହିଛନ୍ତି, ଯାହା କ୍ୟାପ୍‌ଟେନ୍‌ କୋହଲିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି।

ନିକଟରେ ସୋଫିଆ କହିଥିଲେ ଯେ ପ୍ରଥମ ଦେଖାରେ ରୋହିତ ତାଙ୍କୁ ଚୁମ୍ବନ ଦେଇଥିଲେ। ସେ ବି ରୋହିତ୍‌ଙ୍କୁ ଖୁବ୍‌ ଭଲ ପାଉଥିଲେ। କିନ୍ତୁ ସମସ୍ତଙ୍କ ଆଗରେ ରୋହିତ୍‌ ତାଙ୍କ ସହ ପ୍ରେମ ସମ୍ପର୍କକୁ ସ୍ୱୀକାର ନ କରିବାରୁ ସେ ତାଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସୋଫିଆ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା ବୋଲି କହିଥିଲେ। ଏହା ଶୁଣିବା ପରେ କିଛି ଟ୍ୱିଟର୍‌ ୟୁଜର୍ସ ସୋଫିଆଙ୍କ ସହ ବିରାଟଙ୍କ ଫଟୋ ଥିବା ଏକ ପୁରୁଣା ଟ୍ୱିଟ୍‌କୁ ଭାଇରାଲ୍‌ କରିଥିଲେ।  ତେବେ ପ୍ରକୃତରେ ଏହି ଫଟୋ ପଛରେ ରହସ୍ୟ କ’ଣ ଅଛି, ତାହା ଜାଣିବା ପାଇଁ ସମସ୍ତେ ଅନାଇ ଥିବାବେଳେ ଏବେ ସେଫିଆ ଏକ ଭିଡିଓ ଶେଆର୍‌ କରି ସମସ୍ତ ଚର୍ଚ୍ଚାରେ ଦି ଏଣ୍ଡ୍‌ କରିଦେଇଛନ୍ତି।

ଭିଡିଓରେ ସୋଫିଆ କହିଛନ୍ତି ଯେ ବିରାଟଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ପୁରୁଣା ଟ୍ୱିଟ୍‌କୁ କିଛି ଲୋକ ଫଟୋଶପ୍‌ରେ ଏଡିଟ୍‌ କରି ଭାଇରାଲ୍‌ କରୁଛନ୍ତି। ଏହି ଟ୍ୱିଟ୍‌ରେ କୌଣସି ସତ୍ୟତା ନାହିଁ ବୋଲି ସୋଫିଆ ତାଙ୍କ ଭିଡିଓରେ ସ୍ପଷ୍ଟ କରିବା ସହ ଏହି ମିଛ କଥାକୁ ବନ୍ଦ କରିବା ପାଇଁ କହିଛନ୍ତି।

ସୂଚନା ମୁତାବକ, କେତେକ ଟ୍ୱିଟର୍‌ ୟୁଜର୍ସ ସୋଫିଆଙ୍କ ୬ବର୍ଷ ପୁରୁଣା ଟ୍ୱିଟ୍‌କୁ ଦେଖାଇ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହି ପୁରୁଣା ଟ୍ୱିଟ୍‌ରେ ବିରାଟଙ୍କ ସହ ସୋଫିଆଙ୍କ ନାଁ ଯୋଡ଼ା ଯାଇଥିଲା।

ନିକଟରେ ଏକ ସାକ୍ଷାତକାରରେ ସୋଫିଆ କହିଥିଲେ ଯେ ସେ ନିଜ ଆତ୍ମଜୀବନୀ ଲେଖିବାକୁ ଯାଉଛନ୍ତି ଏବଂ ଏଥିରେ କ୍ରିକେଟର ରୋହିତ ଶର୍ମାଙ୍କ ସହ ଥିବା ତାଙ୍କ ସମ୍ପର୍କ ବିଷୟରେ ସେ ଉଲ୍ଲେଖ କରିବେ।



from Odisha Reporter http://bit.ly/2MsLAX8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages