
ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ବିଜେଡିରେ ଯୋଗଦେବା ପରେ ଝାରସୁଗୁଡ଼ା ବିଧାୟକ ପଦରୁ ଇସ୍ତଫା ଦେବେ ନବ ଦାସ। ଏଥିପାଇଁ ସେ ବାଚସ୍ପତିଙ୍କୁ ଚିଠି ଲେଖି ସମୟ ମାଗିଛନ୍ତି। ବାଚସ୍ପତିଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଇସ୍ତଫା ଦେବେ ବୋଲି ସେ ଚିଠିରେ ଲେଖିଛନ୍ତି।
କିଛି ଦିନ ତଳେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଆଜି ବିଜେଡିରେ ଯୋଗଦେଇଥିଲେ। ନବ ଦାସଙ୍କ ସହିତ ଝାରସୁଗୁଡ଼ା ଜିଲ୍ଲାପରିଷଦର ଅଧ୍ୟକ୍ଷ ଓ ୭ ଜଣ ସଦସ୍ୟ ମଧ୍ୟ ବିଜେଡିରେ ମିଶିଛନ୍ତି। ଏହା ସହିତ ୫ଟି ବ୍ଲକ୍ର ସମସ୍ତ କଂଗ୍ରେସ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମଧ୍ୟ ବିଜେଡିରେ ମିଶିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ ବେଳେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ଼ ସାଂସଦ ପ୍ରଭାସ ସିଂହ, ସମ୍ବଲପୁର ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଓ ଅନୁପ ସାଏ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2FVVGym
No comments:
Post a Comment