ଘର ବିକି ଅର୍ଗାନିକ୍‌ ଫାର୍ମିଂରେ ସଫଳ ହୋଇଛନ୍ତି ଏହି ବ୍ୟାଙ୍କର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଘର ବିକି ଅର୍ଗାନିକ୍‌ ଫାର୍ମିଂରେ ସଫଳ ହୋଇଛନ୍ତି ଏହି ବ୍ୟାଙ୍କର୍

ଚେନ୍ନାଇ:ଅବସର ପରେ ସମସ୍ତେ ଜମି ବିକ୍ରି କରି ଘର ତିଆରିରେ ନିବେଶ କରନ୍ତି ଏବଂ ସହରକୁ ଚାଲିଯାଆନ୍ତି। କିନ୍ତୁ ତାମିଲନାଡ଼ୁର ବ୍ୟାଙ୍କର ସେନ୍ଥାଲି ସେଲଭାନ୍‌ ଏ କ୍ଷେତ୍ରରେ ଭିନ୍ନ ଉଦାହରଣ ପାଲଟିଛନ୍ତି। ୩୬ ବର୍ଷର ସ୍ୱର୍ଣ୍ଣିମ କ୍ୟାରିଅରପରେ ସ୍ୱେଚ୍ଛାକୃତ ଭାବରେ ଅବସର ନେବାପରେ ଘର ବିକ୍ରିକରି ୪୦ ଲକ୍ଷ ଟଙ୍କାରେ ୩ ଏକର ଜମି କିଣି ସେଠାରେ ଅର୍ଗାନିକ୍‌ ଉପାୟରେ ଚାଷବାସ କରୁଛନ୍ତି।

ଏହି ଫାର୍ମରେ ୧୧୦ଟି ନଡ଼ିଆ ଗଛ, ୯୦ଟି ଆମ୍ବ ଗଛ, ୨୫ଟି ସେପ୍‌ଟା ଗଛ, ୩୩ଟି ଲେମ୍ବୁ ଗଛ, ଗୋଟିଏ କଦଳୀ ବଗିଚା ଏତଦ୍‌ ବ୍ୟତୀତ ପନିପରିବା ଚାଷ ପାଇଁ ମଧ୍ୟ ବ୍ୟସ୍ଥା କରାଯାଇଛି, ଯେଉଁଠାରେ ବାଇଗଣ, ଟମାଟୋ, ଲଙ୍କା ଏବଂ କିଛି ଶାଗ ମଧ୍ୟ ଚାଷ କରାଯାଇଛି। ଚାଷୀ ଏବଂ ସ୍କୁ ପିଲାଙ୍କ ପାଇଁ ଏହା ବର୍ତ୍ତମାନ ଆକର୍ଷଣର କେନ୍ଦ୍ରବିନ୍ଧୁ ପାଲଟିଛି।

ତେବେ ଏଭଳି ଅଭିନବ ପ୍ରୟାସ ବିଷୟରେ ସେ କୁହନ୍ତି, “ଜଣେ ବ୍ୟାଙ୍କ ହିସାବରେ ଦୁଇଟି ରାଜ୍ୟରେ ମୋତେ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବାର ଦାୟିତ୍ୱ ମିଳିଥିଲା। ଏହି ଆଲୋଚନା ଭିତରେ ସେମାନଙ୍କ ଚାଷ ବାବଦରେ ବେଶି ବେଶି ଜାଣିବାକୁ ପାଇଲି। ସେମାନେ ରାସାୟନିକ ସାର ମାତ୍ରାଧିକ ଭାବରେ ବ୍ୟବହାର କରୁଛନ୍ତି ଯାହାକି ଜମିକୁ ବେଶିଦିନଯାଏ ଚାଷୋପଯୋଗୀ ରଖିପାରୁନି। ଏତଦ୍‌ବ୍ୟତୀତ ସାର ଏବଂ କୀଟନାସକ ବାବଦକୁ ଅତିରିକ୍ତ ଋଣ ସହୁଛନ୍ତି। ଏଭଳି ସ୍ଥିତିରେ ଚାଷୀ ଯେତେ ଋଣ ନେଲେ ମଧ୍ୟ ଜିମରେ ସୁଧାର ଆଣି ଋଣ ଶୁଝିବା ଅସମ୍ଭବ ହୋଇପଡ଼ୁଛି।”

ସେ ଆହୁରି ମଧୋୟ କହିଛନ୍ତି, ସବୁଦିନ ଆମେ ଖାଦ୍ୟ ଖାଉଛେ, କିନ୍ତୁ ପଚାରୁନେ ଏହା କେଉଁଠୁ ଆସୁଛି। ଏହାର ଉତ୍ପାଦନରେ ବ୍ୟବହାର ହେଉଥିବା ସାର କେବଳ ମାଟିକୁ ନୁହେଁ ଆମ ଶରୀରକୁ ମଧ୍ୟ ନଷ୍ଟ କରୁଥିବା କେହି ବୁଝିପାରୁନାହାନ୍ତି।

ଏସମସ୍ତ କଥାକୁ ନେଇ ୨୦୧୪ରେ ସେ ଅର୍ଗାନିକ ଫାର୍ମିଂ ବା ଜୈବିକ କୃଷି ଆରମ୍ଭ କଲେ। ଏଥିପାଇଁ ଅବସର ନେବାର ୨ ବର୍ଷ ଆଗରୁ ସେ ଜମି କିଣିଦେଇଥିଲେ।

ସେ ଯଦିଓ ବର୍ତ୍ତମାନ ବାର୍ଷିକ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଏଥିରୁ ତାଙ୍କୁ ମିଳୁଥିବା ସନ୍ତୁଷ୍ଟି ଏହାଠାରୁ ଅଧିକ ବୋଲି ସେ କୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ନିଜ ଫାର୍ମ ଭିତରେ ଆମ୍ବ ବିକ୍ରି କରିପାରନ୍ତି। କିନ୍ତୁ ଏହାଫଳରେ ମୁଁ ମାତ୍ର ୮ ହଜାର ଟଙ୍କାରେ ବିକ୍ରି କରିପାରନ୍ତି। କିନ୍ତୁ ସହରରେ ସେହି ସମାନ ପରିମାଣର ଆମ୍ବ ୪୫ ହଜାର ଟଙ୍କାରେ ବିକ୍ରି କରୁଛି। ଫରକଟା ସମସ୍ତଙ୍କ ପାଇଁ ବୁଝିବା ସହଜ। ତେଣୁ ଚାଷୀମାନେ ନିଜର ଉତ୍ପାଦନର ବିକ୍ରି ବା ମାର୍କେଟିଂ କିଭଳି କରିପାରିବେ ତାହା ନଜର ରଖିବାକୁ ହେବ।

ଗତ କିଛି ମାସ ହେଲା ସେ ସ୍କୁଲ ପିଲା ଏବଂ ଚାଷୀଙ୍କୁ ବିନା କୌଣସି ଶୁଳ୍କରେ ତାଙ୍କ ଫାର୍ମ ବୁଲିବାକୁ ନିମନ୍ତ୍ରଣ କରୁଛନ୍ତି। ସେ ଏହି ବିଷୟରେ କୁହନ୍ତି, “କୃଷିର ସମୃଦ୍ଧ ଇତିହାସକୁ ଦେଶର ଭବିଷ୍ୟତମାନେ ଜାଣିବା ଦରକାର। କମ୍‌ ଖର୍ଚ୍ଚରେ କିଭଳି ଚାଷୀମାନେ ଅଧିକ ଉତ୍ପାଦନ କରିପାରିବେ ସେଥିପାଇଁ ସେମାନେ କୌଶଳ ବାହାର କରିବା ଦରକାର।” ଆମ ଜମି ରସାୟନିକ ସାରମୁକ୍ତ ହେଲେ ଆୟ ମଧ୍ୟ ସ୍ଥିର ରହିବ।



from Odisha Reporter http://bit.ly/2G03RdV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages