
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲଙ୍କ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି।
ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା-ଦାରିଙ୍ଗବାଡ଼ି ରାସ୍ତାକୁ ପକାଲଡ଼ମି ଘାଟିରେ ଅବରୋଧ କରିଛନ୍ତି। ଗଛ ପକାଇ ସେମାନେ ରାସ୍ତା ଅବରୋଧ କରିଛନ୍ତି। ଏଥିଯୋଗୁ ବାଲିଗୁଡ଼ା-ଦାରିଙ୍ଗବାଡ଼ି ମଧ୍ୟରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। କୋଟଗଡ଼-ମୁନିଗୁଡ଼ା ମଧ୍ୟରେ ସାତନାଳିଆରେ ମଧ୍ୟ ନକ୍ସଲମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଏହା ସହିତ ସେମାନେ ପୋଷ୍ଟର ବି ମାରିଛନ୍ତି। ନକ୍ସଲମାନେ ନିଜର ଉପସ୍ଥିତି ଜାହିର କରିଥିବାରୁ ଏ ଅଞ୍ଚଳର ଲୋକେ ଭୟଭୀତ ହୋଇଯାଇଛନ୍ତି।
କଳାହାଣ୍ଡି ଜିଲ୍ଲାର ଫିକରକୁପା-ଢେପାଗୁଡ଼ା ରାସ୍ତାକୁ ନକ୍ସଲମାନେ ଗଛ ପକାଇ ଅବରୋଧ କରିଛନ୍ତି।
ନକ୍ସଲଙ୍କ ବନ୍ଦ ଡାକରା ଯୋଗୁ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ତେଣୁ ଲୋକେ ହଇରାଣ ହୋଇଛନ୍ତି।
ଗତ ୨୫ ତାରିଖରୁ ଲାଲବାହିନୀ ପ୍ରତିବାଦ ସପ୍ତାହ ପାଳନ କରୁଛି। ଏହି କ୍ରମରେ ସପ୍ତାହ ସାରା ସେମାନେ ବିଭିନ୍ନ ସ୍ଥାନରେ ମେଳି କରିଥିଲେ। ଆଜି ପ୍ରତିବାଦ ସପ୍ତାହର ଶେଷ ଦିନରେ ସେମାନେ ଭାରତ ବନ୍ଦ ପାଳନ କରୁଛନ୍ତି।
from Odisha Reporter http://bit.ly/2G9TrHM
No comments:
Post a Comment