
ଲକ୍ଷ୍ନୌ: ଉତ୍ତର ପ୍ରଦେଶରରେ କୁମ୍ଭମେଳା ଚାଲିଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ସାଧୁ ସନ୍ଥ ଯୋଗଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ରାଜ୍ୟର ପ୍ରତ୍ୟେକ ସାଧୁଙ୍କୁ ପେନସନ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ହିନ୍ଦୁ ଧର୍ମରୁ ଯେଉଁ ସାଧୁମାନଙ୍କ ବୟସ ୬୦ ବର୍ଷରୁ ଅଧିକ ସେମାନଙ୍କୁ ହିଁ ଏହି ପେନସନ୍ ମିଳିବ। ରାଜ୍ୟ ପେନସନ୍ ଯୋଜନା ଅଧୀନରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ଭତ୍ତା ଭଳି ଏହି ଅର୍ଥକୁ ସାଧୁମାନଙ୍କୁ ମଧ୍ୟ ଦିଆଯିବ। ଏନେଇ ସମଗ୍ର ରାଜ୍ୟରେ ଜାନୁଆରୀ ୩୦ ସୁଦ୍ଧା ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ।
ଏହି କ୍ୟାମ୍ପ ଜରିଆରେ ସାଧୁମାନେ ସେମାନଙ୍କ ନାଁ ପେନସନ୍ ପାଇଁ ପଞ୍ଜୀକରଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ସେ କହିଛନ୍ତି,“ ରାଜ୍ୟର ସମସ୍ତ ଗରିବ ଓ ଅସହାୟ ଲୋକଙ୍କୁ(ମହିଳା ଓ ଦିବ୍ୟାଙ୍ଗ ବି ରହିବେ) ପୂର୍ବରୁ ୪ଶହ ଟଙ୍କା ଦିଆଯାଉଥିବା ବେଳେ ଏହାକୁ ଏବେ ୫ଶହ ଟଙ୍କା କରାଯାଇଛି। ଏହି ଯୋଜନାରେ ହିନ୍ଦୁ ସାଧୁମାନଙ୍କୁ ମଧ୍ୟ ପେନସନ୍ ଦିଆଯିବ।”
ତେବେ ସାଧାରଣ ନିର୍ବାଚନ ପୂର୍ବରୁ ହିନ୍ଦୁ ସଂପ୍ରଦାୟର ଭୋଟକୁ ଆଖି ଆଗରେ ରଖି ଯୋଗୀ ସରକାର ଏଭଳି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି, “ଯୋଗୀ ସରକାର ରାମଲୀଳାରେ ଅଭିନୟ କରିଥିବା ରାମ, ସୀତା, ଲକ୍ଷ୍ମଣ ଏପରି କି ରାବଣଙ୍କୁ ମଧ୍ୟ ଯୋଗୀ ସରକାର ପେନସନ୍ ଦେବା ଉଚିତ।”
from Odisha Reporter http://bit.ly/2FE7buW
No comments:
Post a Comment